ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜଧାନୀରେ ପୁଣି ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଭବନେଶ୍ବର ଭୀମଟାଙ୍ଗି ଫେଜ୍-୧ର ତାରିଣୀ ମନ୍ଦିର ନିକଟରେ ଏକ ଭଡା ଘରୁ ମହିଳାଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ହତ୍ୟାକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପୋଲିସ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।
ତେବେ ସେହି ଘର ଭିତରୁ ଜଣେ ପୁରୁଷଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କୁ ଚିହ୍ନଟ କରିଛନ୍ତି ତାଙ୍କ ସ୍ୱାମୀ । ତେବେ କିଏ କାହିଁକି ହତ୍ୟା କରିଛି ସେନେଇ ତନାଘନା ଜାରି ରଖିଛି ଏବଂ ଅଧିକ ତଦନ୍ତ ଜାରି ରଖିଛି।