ସନଷ୍ଟାର ଟିଭି ବ୍ୟୁରୋ
ୱାଶିଂଟନ୍: ଇ-କମର୍ସ ସେକ୍ଟରର ଅଗ୍ରଣୀ କମ୍ପାନି ମଧ୍ୟରେ ଅନ୍ୟତମ ଆମାଜନ୍ର ଆଜି ସିଇଓ ପରିବର୍ତ୍ତନ ହୋଇଛି । ଦୀର୍ଘ 27 ବର୍ଷ କାଳ ଏହି ପଦବୀରେ ରହି ଆମାଜନକୁ ଏକ ନୂତନ ରୂପ ପ୍ରଦାନ କରିଥିବା ଜେଫ୍ ବେଜୋସ୍ ଆଜି ଔପଚାରିକ ଭାବେ ନିଜ କାର୍ଯ୍ୟକୁ ଆଣ୍ଡି ଜାସିଙ୍କୁ ହସ୍ତାନ୍ତର କରିବେ । କମ୍ପାନିର ନୂଆ ସିଇଓ ଭାବେ ମଙ୍ଗ ଧରିବେ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ମୁଖ୍ୟ ଆଣ୍ଡି ଜାସି ।
1994ରେ ଅନ୍ଲାଇନ୍ ପୁସ୍ତକ ବିକ୍ରୟକାରୀ କମ୍ପାନିରୁ ଆମାଜନ୍କୁ ଏକ ବିଶ୍ୱର ସର୍ବବୃହତ୍ ଇ-କମର୍ସ କମ୍ପାନିରେ ପରିଣତ କରିଥିଲେ ବେଜୋସ୍ । ସିଇଓ ପଦରୁ ଇସ୍ତଫା ପରେ ବେଜୋସ୍ ଆମାଜନ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଟେକ୍ନୋଲୋଜି ଓ ଇ-କମର୍ସ କ୍ଷେତ୍ର ଉପରେ ସେ ଫୋକସ୍ କରିବେ ବୋଲି ଜଣାପଡ଼ିଛି ।
1997ରେ ହାର୍ଓ୍ବର୍ଡ ବିଜେନେସ୍ ସ୍କୁଲରେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ଆଣ୍ଡି ଜାସି ଓ ସେହି ସମୟରେ ହିଁ ସେ ଆମାଜନରେ ଚାକିରି କରିଥିଲେ । ଏହାପରେ 2006ରେ ‘ଆମାଜନ ଓ୍ବେବ ସର୍ଭିସ’ ରେ ଜାସି ମୁଖ୍ୟ ରହିଥିଲେ । ଓ ଏହି ଆମାଜନ ଓ୍ବେବ ସର୍ଭିସ୍ ପାଇଁ କମ୍ପାନୀକୁ ବେଶ୍ ଫାଇଦା ହୋଇଥିଲା । ଏହିପରି ଭାବେ ଆମାଜନରେ ବେଶ୍ ସଫଳ ପାଇଥିଲେ ଜାସି । ତେବେ ଏହାପରେ ସେ ସିଇଓ ଭାବେ କମ୍ପାନୀର ଦ୍ବାୟିତ୍ବ ସମ୍ଭାଳିବେ ।