ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ସବୁଠୁ ଲୋକପ୍ରିୟ କ୍ରିକେଟ୍ ଲିଗ୍, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ( IPL)ରେ ସାମିଲ ହେବେ ଆଉ 2ଟି ନୂଆ ଟିମ୍ । ଏନେଇ ଭାରତୀୟ କ୍ରିକେଟ ବୋର୍ଡ (BCCI) ମନ ବଳାଇ ସାରିଛି । ଏହି ନୂତନ ଟିମକୁ ଆପିଏଲରେ ସାମିଲ କରିବା ପ୍ରକ୍ରୀୟାକୁ ବିସିସିଆଇ ଅଗଷ୍ଟ ମାସ ମଧ୍ୟଭାଗରୁ ଆରମ୍ଭ କରିବ । ଚୟନ ପ୍ରକ୍ରୀୟା ଶେଷ ହେବା ପରେ ଅକ୍ଟୋବର ମାସ ମଧ୍ୟ ଭାଗ ବେଳକୁ ନୂତନ ଟିମର ଘୋଷଣା କରାଯିବ । ଏଥିପାଇଁ ବିସିସିଆଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛି ।
ତେବେ ଆଇପିଏଲପ ପରବର୍ତ୍ତି ସିଜିନ ପାଇଁ 2021 ଶେଷ ବେଳକୁ ଅକ୍ସନ କରିବାର ଲକ୍ଷ୍ୟ ରଖିଛି ବିସିଆଇ । 2022 ରୁ ମାର୍ଚ୍ଚ ମାସରୁ ଆପିଏଲର ପରବର୍ତ୍ତି ସିଜିନ୍ ଆରମ୍ଭ ହୋଇପାରେ । ତେବେ ଚଳିତ ବର୍ଷ କରୋନା ମହାମାରୀ ଆଇପିଏଲ୍ ମ୍ୟାଚକୁ ଅଧାରେ ବାତିଲ କରାଯାଇଥିଲା । ତେବେ ଅବଶିଷ୍ଟ ମ୍ୟାଚକୁ ଦୁବାଇରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରି ନିଷ୍ପତି ନିଆଯାଇଛି ।