ସନଷ୍ଟାର ଟିଭି ବ୍ୟୁରୋ
ଜଗତସିଂହପୁର : ଜଗତସିଂହପୁର ଥାନା ଚନ୍ଦପାଟଣା ଗ୍ରାମରେ ସ୍ତ୍ରୀ ଓ ଝିଅକୁ ହତ୍ୟା ଉଦ୍ୟାମ କରିବା ପରେ ନିଜେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଖବର ମିଳିଛି। ଜଗତସିଂହପୁର ଥାନା ଅଧିନସ୍ଥ ଶାଳଜଙ୍ଗ ପଞ୍ଚାୟତ ଚନ୍ଦପାଟଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଲୋକନାଥ ପାଲ ନିଜ ସ୍ତ୍ରୀ କଳ୍ପନା ପାଲ ଓ ଝିଅ ଲକି ସହିତ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ କରିଥିଲେ। ପାଟିତୁଣ୍ଡ ପରେ ଲୋକନାଥ ଉତେଜିତ ହୋଇ ଏକ ଧାରୁଆ ଅସ୍ତ୍ରରେ ଝିଅ ଲକି ଓ ସ୍ତ୍ରୀ କଳ୍ପନାକୁ ଆକ୍ରମଣ କରିଥିଲା। ନିଜେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟଲୋକ କହିଛନ୍ତି। ତେବେ ଗୁରୁତର ଅବସ୍ଥାରେ ମାଆ ଓ ଝିଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଯାଇଥିଲା। ସେଠାରେ ଝିଅର ମୃତ୍ୟୁ ହୋଇଥିଲା ବେଳେ ସ୍ତ୍ରୀ କଳ୍ପନା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ କଟକ ନେବା ବାଟରେ କଳ୍ପନାଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଗତସିଂହପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଗତକାଲି ରାତିରେ ଏଭଳି ଘଟଣା ଘଟିଥିବାର ସ୍ଥାନୀୟ ଜନସାଧାରଣଙ୍କ ଠାରୁ ସୂଚନା ମିଳିଛି।