ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ବୁର୍ଲା ଭୀମ୍ସାରରେ ପୁଣି ୩ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଭର୍ତ୍ତି ହୋଇଛନ୍ତି। ଏହି ୩ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ମିଶାଇ ମୋଟ ବ୍ଲାକ୍ ଫଙ୍ଗସ୍ ରୋଗୀ ସଂଖ୍ୟା ୨୫ରେ ପହଁଚିଛି । ତେବେ ୩ ଜଣ ସୁସ୍ଥ ହୋଇ ଫେରିବା ପରେ ବର୍ତ୍ତମାନ ୧୩ ଜଣ ଆକ୍ରାନ୍ତ ସ୍ଵତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏପର୍ଯ୍ୟନ୍ତ ସମୁଦାୟ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଭର୍ତ୍ତି ହୋଇଥିବା ସମୁଦାୟଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇସାରିଛି । ୫ଜଣ ମୃତକଙ୍କ ମଧ୍ୟରୁ ୨ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣ ସନ୍ଦିଗ୍ଧ ବୋଲି ବୁର୍ଲା ଭୀମସାର ସୁପରିଟେଣ୍ଡଣ୍ଟ ଲାଲମୋହନ ନାୟକ ସୂଚନା ଦେଇଛନ୍ତି ।