ସନଷ୍ଟାର ଟିଭି ବ୍ୟୁରୋ

ମୁମ୍ବାଇ:ବୈଦେଶିକ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗରେ ପଚରାଉଚରା ପାଇଁ ୟାମିଗୌତମଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବୁଧବାର ଡକାଯାଇଥିଲା। FEMA (ଫେମା) ଅଧୀନରେ ହୋଇଥିବା ଅନିୟମିତତା ସଂପର୍କରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଏଜେନ୍ସି ୟାମିଗୌତମଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ କହିଛନ୍ତି। ଅଧିକାରୀ କହିବା ଅନୂସାରେ ୟାମିଗୌତମଙ୍କୁ ତାଙ୍କ ଘରୋଇ ବ୍ୟାଙ୍କ ଆକାଉଣ୍ଟରେ 1.5 କୋଟି ପାଉଛନ୍ତି, ଯାହାକି ସେ ପ୍ରକାଶ କରିନାହାଁନ୍ତି।
ଜୁଲାଇ 7 ରେ ତାଙ୍କୁ ଏହି ସଂପର୍କରେ ପଚରାଉଚରାପାଇଁ ଯୋଗଦେବାକୁ କୁହାଯାଇଛି। ନିକଟରେ ଦ୍ୱିତୀୟ ଥର ପାଇଁ ୟାମିଗୌତମଙ୍କୁ ଫେଡେରାଲ ଏଜେନ୍ସି ଡକାଯାଇଛି। ଗତ ବର୍ଷ ତାଙ୍କୁ ପ୍ରଥମଥର ପାଇଁ ଡକାଯାଇଥିଲା, କିନ୍ତୁ କୋଭିଡ ୧୯ ମହାମାରୀ ସମୟରେ ଥିବା ପ୍ରତିବନ୍ଧକ ଯୋଗୁଁ ସେ ଇଡି କାର୍ଯ୍ୟାଳୟ ପରିଦର୍ଶନ କରିବାରେ ବିଫଳ ହୋଇଥିଲେ।