ସନ୍ଷ୍ଟାର ଟିଭି ବ୍ୟୁରୋ
image credit: sambad
ଭୁବନେଶ୍ଵର: ଗତ କିଛି ଦିନ ହେବ ଭିଜିଲାନ୍ସ ବହୁତ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଆଜି ଆଡିସନାଲ ପିସିସିଏଫ୍ ଅଭୟ କାନ୍ତ ପାଠକଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛନ୍ତି ଭିଜିଲାନ୍ସ । ଭୁବନେଶ୍ଵରେ ୫ଟି ଏବଂ ମୁମ୍ଵାଇ ଓ ପୁଣେରେ ୭ଟି ସ୍ଥାନରେ ଏକକାଳୀନ ୧୨ ଟି ସ୍ଥାନରେ ଚଢାଉ କରିଛନ୍ତି ଭିଜିଲାନ୍ସ । ସେ ଲକଡାଉନ ସମୟରେ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ । ସେ ଓ ତାଙ୍କ ପୁଅ ଆକାଶ କୁମାର ପାଠକ ବିଳାସ ବ୍ୟସନ ଜୀବନଯାପନ କରୁଥିଲେ ବୋଲି ସୂଚନା ମିଳିଛି ।