ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ସନ୍ତରଣକାରୀ ଭାବେ ମାନା ପଟେଲଙ୍କୁ ଟୋକିଓ ଅଲମ୍ପିକ୍ 2020 ପାଇଁ ଟିକେଟ୍ ମିଳିଛି । ସନ୍ତରଣ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଭାରତ ସନ୍ତରଣ ମହାସଂଘ ଅନୁଯାୟୀ (AFI) ଅନୁଯାୟୀ, ମାନା ପଟେଲଙ୍କ ୟୁନିଭର୍ସାଲିଟି କୋଟାରେ ସେ ଟୋକିଓ ଅଲମ୍ପିକ୍ ପାଇଁ ଚୟନ ହୋଇଛନ୍ତି ।
ମାନା ପଟେଲ୍ ଟୋକିଓ ଅଲମ୍ପିକରେ 100 ମିଟର ବ୍ୟାକଷ୍ଟ୍ରୋକରେ ଭାଗ ନେବେ । ଏହି ଖେଳ ପାଇଁ ଭାରତର ସେ ତୃତୀୟ ସନ୍ତରଣକାରୀ ଅଟନ୍ତି ଓ ପ୍ରଥମ ମହିଳା ଅଟନ୍ତି । ଏହାପୂର୍ବରୁ ଶ୍ରୀହରି ନଟରାଜ ଓ ସାଜନ ପ୍ରକାଶ ଏହି ଖେଳରେ ଭାଗ ନେଇ ସାରିଛନ୍ତି ।
21 ବର୍ଷୀୟ ମାନା ପଟେଲ୍ ଏହି ଖବର ଜାଣିବା ପରେ ନିଜର ଖୁସି ପ୍ରକାଶ କରିଛନ୍ତି । ତେବେ ଚଳିତ ବର୍ଷ ଏପ୍ରିଲ ମାସରେ ସନ୍ତରଣ ଚାମ୍ପିୟନସିପରେ ସେ ଭାଗ ନେଇଥିଲେ ଓ 100 ମି. ବ୍ୟାକଷ୍ଟ୍ରୋକ ପ୍ରତିଯୋଗିତାରେ ସେ ମାତ୍ର 04.47 ସେକେଣ୍ଡରେ ପୂର୍ଣ୍ଣ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।