ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କଂଗ୍ରେସ ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ବୁଧବାର ଭୋର ୩.୩୦ସମୟରେ ପରଲୋକ ଘଟିଛି ।ଗୁଡଗାଓଁ ର ମୈଦାନା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଗତମାସରେ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଶରୀରର ଏକାଧିକ ପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପୁଅ ଫୈସଲ୍ ପଟେଲ୍ ଟୁଇଟ୍ରେ ଘୋଷଣା କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା ।
@ahmedpatel pic.twitter.com/7bboZbQ2A6
— Faisal Patel (@mfaisalpatel) November 24, 2020
ତାଙ୍କ ମୃତ୍ୟୁରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକବ୍ୟକ୍ତ କରି ଲେଖିଛନ୍ତି, ଆଜି ଦୁଃଖର ଦିନ। ଶ୍ରୀ ଅହମଦ୍ ପଟେଲ୍ ଥିଲେ କଂଗ୍ରେସର ମୁଳଦୁଆ। ଖୁବ୍ ଉତ୍ସାହର ସହ ସେ କଂଗ୍ରେସ ପାଇଁ ସମୟ ଦେବା ସହ ଅତି ଅସୁବିଧା ପରିସ୍ଥିତିରେ ଦଳକୁ ସହଯୋଗ କରିଥିଲେ। । ଆମେ ତାଙ୍କ ଅନୁପସ୍ଥିତି ଅନୁଭବ କରିବୁ। ଫୈସ୍ଲ୍, ମମ୍ତାଜ୍ ଏବଂ ତାଙ୍କ ପରିବାରକୁ ମୋର ସ୍ନେହ ଓ ସମବେଦନା।
It is a sad day. Shri Ahmed Patel was a pillar of the Congress party. He lived and breathed Congress and stood with the party through its most difficult times. He was a tremendous asset.
We will miss him. My love and condolences to Faisal, Mumtaz & the family. pic.twitter.com/sZaOXOIMEX
— Rahul Gandhi (@RahulGandhi) November 25, 2020
ତାଙ୍କ ମୃତ୍ୟୁ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରି ଟୁଇଟ୍ କରିଛନ୍ତି, ଅହମଦ୍ ପଟେଲ୍ ଜୀଙ୍କ ତିରୋଧାନରେ ଦୁଃଖିତ । ସମାଜ ଓ ଜନତାଙ୍କ ସେବାରେ ସେ ଅନେକ ବର୍ଷ ବିତାଇଥିଲେ । ତୀକ୍ଷ୍ଣ ଧୀଶକ୍ତି ନିମନ୍ତେ ଜଣାଶୁଣା ପଟେଲ୍ କଂଗ୍ରେସ ପାର୍ଟିକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ନିମନ୍ତେ ସ୍ମରଣୀୟ ହୋଇ ରହିବେ। ତାଙ୍କ ପୁଅ ଫୈସଲ୍ ସହ କଥା ହୋଇ ସମବେଦନା ଜଣାଇଛି । ଅହମଦ୍ ଭାଇଙ୍କ ଆତ୍ମା ଶାନ୍ତିରେ ରହୁ ।
Saddened by the demise of Ahmed Patel Ji. He spent years in public life, serving society. Known for his sharp mind, his role in strengthening the Congress Party would always be remembered. Spoke to his son Faisal and expressed condolences. May Ahmed Bhai’s soul rest in peace.
— Narendra Modi (@narendramodi) November 25, 2020
ଗୁଜରାଟର ଜଣେ ରାଜ୍ୟସଭା ସାଂସଦ ତଥା କଂଗ୍ରେସ କୋଷାଧ୍ୟକ୍ଷ ପଟେଲ୍ ଆଠ ଥର ସାଂସଦ ହୋଇଥିଲେ । ୧୯୭୬ ମସିହାରେ ଗୁଜରାଟର ଭରୁଚ ଜିଲ୍ଲାରେ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିବା ପଟେଲ୍ ତିନି ଥର ଲୋକସଭା ଏବଂ ପାଞ୍ଚଥର ରାଜ୍ୟସଭା ସାଂସଦ ହୋଇଥିଲେ । ମଧ୍ୟବର୍ତ୍ତୀକାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସେ ଜଣେ ଘନିଷ୍ଠ ସହଯୋଗୀ ବୋଲି ବିବେଚନା କରାଯାଉଥିଲା ।