ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା କାଳରେ ଅନଲାଇନରେ ୟୁଜି ଓ ପିଜି ପରୀକ୍ଷାର ଆୟୋଜନ କରିବା କୌଣସି ଚାଲେଞ୍ଜଠାରୁ କମ୍ ନୁହେଁ । ଅନଲାଇନ ପରୀକ୍ଷା କରାଗଲେ ମଧ୍ୟ ପରୀକ୍ଷାକୁ ଆୟୋଜନ ଓ ତଦାରଖ ରଖିବାପାଇଁ ଉଚ୍ଚଶିକ୍ଷା ବିଭାଗ, ଅଧ୍ୟାପକମାନଙ୍କୁ ସମସ୍ତ ଦ୍ବାୟିତ୍ବ ପ୍ରଦାନ କରିଛନ୍ତି । ଯେଉଁଥିପାଇଁ ଆଜିଠୁ ଶତ ପ୍ରତିଶତ ଅଧ୍ୟାପକ ଓ କର୍ମଚାରୀ ଡିଗ୍ରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗ ଦେବେ । ସକାଳ ୧୦ଟା ୩୦ ସୁଦ୍ଧା ସମସ୍ତ ବିଭାଗ ଖୋଲିବ । ଜୁଲାଇ ଓ ଅଗଷ୍ଟ ମାସରେ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି)ର ଶେଷ ବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା ଥିବାରୁ ସମସ୍ତ ଅଧ୍ୟାପକମାନେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆସିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।
ସେହିପରି ପ୍ରଶ୍ନ ପ୍ରସ୍ତୁତ କରିବାଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅଣଶିକ୍ଷକ କର୍ମଚାରୀମାନଙ୍କର ଉପସ୍ଥିତି ଆବଶ୍ୟକ ଥିବାରୁ ସେମାନଙ୍କୁ ମଧ୍ୟ ଆସିବାକୁ କୁହାଯାଇଛି । ଯେମିତି ହେଉ ସେପ୍ଟେମ୍ବର ଶେଷ ସୁଦ୍ଧା ଫଳ ପ୍ରକାଶ କରିବା ପାଇଁ ଆଶା ରଖିଛି ଶିକ୍ଷା ବିଭାଗ ।