ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବସ୍ ଭଡ଼ାରେ ବୃଦ୍ଧି । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବଢ଼ିଛି ବସ୍ ଭଡ଼ା । ଡିଜେଲ ଦର ବୃଦ୍ଧି ପାଉଥିବାରୁ ସାମୟିକ ଭାବେ ବସ୍ ଭଡ଼ାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୮୫ ପଇସା ଥିବାବେଳେ ଏବେ ଏହା ଦର ବୃଦ୍ଧି ସହ ୪ ପଇସା ବଢ଼ି ୮୯ ରେ ପହଞ୍ଚିଛି । ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୮୯ ପଇସା ଥିଲା ବେଳେ ୪ ପଇସା ବଢ଼ି ୯୩ ପଇସା ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୮ ପଇସା ବୃଦ୍ଧି ପାଇଛି। ଆଜିଠାରୁ ଏହି ବର୍ଦ୍ଧିତ ବସ୍ ଭଡ଼ା ଲାଗୁ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ ଗତ ମାର୍ଚ୍ଚ ୪ ତାରିଖରେ ବସ୍ ଭଡ଼ାରେ ବୃଦ୍ଧି କରାଯାଇଥିଲା। ସେତେବେଳେ ଡିଜେଲ ଲିଟର ପିଛା ମୂଲ୍ୟ ୮୮ ଟଙ୍କା ୭୭ ପଇସା ଥିଲା। ଏବେ ଡିଜେଲ ଲିଟର ୯୭ ଟଙ୍କା ୨୫ ପଇସା ହୋଇଥିବାରୁ ବସ ଭଡାରେ ବୃଦ୍ଧି କରାଯାଇଛି । ତୈଳ ଦର ବୃଦ୍ଧି ଯୋଗୁ ବସ୍ ଭଡ଼ା ବଢ଼ିଥିବା ସେ ପ୍ରକାଶ କରିଛନ୍ତି।