ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଚଳିତ ମାସରେ ଦ୍ବିତୀୟ ଥର ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର କିମ୍ବଦନ୍ତୀ ଦିଲୀପ କୁମାର। ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେବାରୁ ତାଙ୍କୁ ମଙ୍ଗଳବାର ଦିନ ହିନ୍ଦୁଜା ମେଡିକାଲ (ଆଇସିୟୁ)ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଫୈସଲ ପାରୁଖି ଟ୍ବିଟ କରି ସୂଚନା ଦେଇଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାର ଜଣାପଡିଛି। ବର୍ତ୍ତମାନ ତାଙ୍କୁ ୯୮ବର୍ଷ। ବୟସ ବୃଦ୍ଧି ହେବା ସହ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହୁଛି । ଏହା ସହ ପରିବାର ବର୍ଗ କୌଣସି ବିପଦ ନେବାକୁ ଚାହୁଁନଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ପୂର୍ବ ସୂଚନା ଅନୂଯାୟୀ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେଉଥିବାରୁ ତାଙ୍କୁ ଗତ ଜୁନ ମାସ ୬ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାପରେ ଜୁନ୧୧ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥଲା।