ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲାରେ ରାଜ୍ୟ ସରକାର କରୋନା କଟକଣାକୁ କୋହଳ କରିଛନ୍ତି ।ଅନଲକ୍ ଆଡକୁ ମୁହାଁଉଛି ଓଡିଶା । ୫ ପ୍ରତିଶତ ତଳେ ସଂକ୍ରମଣ ଥିବା ୨୦ ଜିଲ୍ଲାକୁ A କାଟାଗୋରୀରେ ବିଭକ୍ତ କରାଯାଇଛି A କାଟାଗୋରୀରେ ପୂର୍ବରୁ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଜିଲ୍ଲା ଥିଲେ । ଏବେ ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି ।
ଏହି ଜିଲ୍ଲାଗୁଡିକରେ ଆଜିଠୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏହି ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ ହେବନି । ଏଥିସହିତ ସେଲୁନ୍, ଆବଶ୍ୟକୀୟ ଦୋକାନ ବଜାର ଖୋଲା ରହିବ । ଉଠା ଦୋକାନ ଗୁଡିକ ମଧ୍ୟ ଖୋଲା ରହିବ । କିନ୍ତୁ ସେଠାରୁ ଗ୍ରାହକ କେବଳ ପାର୍ସଲ ନେଇପାରିବେ । ଏସବୁ ଜିଲ୍ଲାରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ଯାତାୟତ କରିବ । ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି । ବସଗୁଡ଼ିକ ଏହି ୨୦ ଜିଲ୍ଲା ଭିତରେ ହିଁ ଚଳାଚଳ କରିପାରିବ । ଯେତିକି ସିଟ୍, ତା’ଠାରୁ ଅଧିକ ଯାତ୍ରୀ ବସ୍ରେ ଯାତ୍ରା କରିବେ ନାହିଁ । ଏହାଛଡ଼ା ଟ୍ୟାକ୍ସି ଓ ଅଟୋ ବି ଗଡ଼ିବ । ମାତ୍ର ଟ୍ୟାକ୍ସି ଚାଳକ ଓ ଅଟୋ ଚାଳକଙ୍କୁ ବାଦ୍ ଦେଇ ଗାଡ଼ିରେ ସର୍ବାଧିକ ୨ଜଣ ଯାତ୍ରୀ ଯାଇପାରିବେ । ଏହି ଦୁଇ ଯାତ୍ରୀ ପଛ ସିଟରେ ହିଁ ବସିବେ । ଏସବୁ ଜିଲ୍ଲାରେ ଦୈନିକ ହାଟ, ସାପ୍ତାହିକ ହାଟ ବି ଖୋଲିବ । ଇନଡୋର ଓ ଆଉଟଡୋର ସୁଟିଂ ହୋଇପାରିବ ଏହି ୨୦ ଜିଲ୍ଲାରେ ।