ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସିଲା ଜୁଲାଇ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ । କରୋନା ସଂକ୍ରମଣକୁ ଦୃଷ୍ଟି ରଖି ରାଜ୍ୟ ସରକାର ପୁଣି ଜୁଲାଇ 16 ଯାଏଁ ଆଶିଂକ ଲକଡାଉନ୍, ସଟଡାଉନ୍ ବଳବତ୍ତର ରଖିଛନ୍ତି । ଆଜି ପ୍ରେସ୍ ମିଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତେବେ ଜୁନ୍ ମାସର କୋଭିଡ୍ ଗାଇଡଲାଇନରେ ଭଳି ଚଳିତ ମାସ ପାଇଁ ମଧ୍ୟ ଜିଲ୍ଲାଗୁଡିକୁ କାଟାଗୋରୀରେ ବିଭକ୍ତ କରାଯାଇଛି ।
20 ଜିଲ୍ଲାକୁ କାଟାଗୋରୀ A, 10 ଟି ଜିଲ୍ଲାକୁ କାଟାଗୋରୀ Bରେ ବିଭକ୍ତ କରାଯାଇଛି । ସେହି 10 ଟି ଜିଲ୍ଲାରେ ଏବେବି କଟକଣା ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ ପୂର୍ବପରି କଟକଣା ଜାରି ରହିବ ।
କାଟାଗୋରୀ A ରେ ଥିବା ଜିଲ୍ଲା ଗୁଡିକର ସମସ୍ତ ଦୋକାନ ବର୍ତ୍ତମାନ ସକାଳ 6 ରୁ ସନ୍ଧ୍ୟା 6 ଟା ଯାଏ ଖୋଲା ରହିବ । ପବ୍ଲିକ ଟ୍ରାନ୍ସପୋର୍ଟ ଟାକ୍ସି, ଅଟୋରିକ୍ସା, ବସ୍ ଚାଲିବ । ସେଲୁନ୍ ଖୋଲା ରହିବ । ଇନଡୋର ଓ ଆଉଟଡୋର ସୁଟିଂ ପାଇଁ ଅନୁମତି ମିଳିଛି । ସପ୍ତାହାନ୍ତ ସଟଡାଉନ୍ ଜାରି ହେବ ନାହିଁ । ସନ୍ଧ୍ୟା 6 ରୁ ନାଇଟ କର୍ଫ୍ୟୁ ଜାରି ରହିବ ।
ତେବେ କାଟାଗୋରୀB ଥିବା ଜିଲ୍ଲା ଗୁଡିକ ସକାଳ 6ରୁ ଦିନ 2 ଟା ଯାଏ ସମସ୍ତ ଦୋକାନ ଖୋଲା ରହିବ । କେବଳ ସ୍ପା, ମଲ୍ ଭଳି ଦୋକାନ ବନ୍ଦ ରହିବ । ସବୁଠି କୋଭିଡ୍ ନିୟମ ପାଳନ କରାଯିବ ।