ସନ୍ଷ୍ଟାର ଟିଭି ବ୍ୟୁରୋ
source- sambad
ଭୁବନେଶ୍ଵର: ଆଜି ଭାରତ ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ୪୩ଟି ମୋବାଇଲ ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି। ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(ଏ) ଅନୁସାରେ ଉକ୍ତ ଆପଗୁଡ଼ିକୁ ବ୍ୟାନ କରାଯାଇଛି।
ଆପ୍ ବ୍ୟାନ ନେଇ ସରକାରଙ୍କ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରେ କୁହାଯାଇଛି ଯେ, ଉକ୍ତ ଆପଗୁଡ଼ିକର କାର୍ଯ୍ୟାବଳୀ ଅନୁଧ୍ୟାନ ପରେ ଏହାର ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ରଖୁଥିବା ଜଣାପଡ଼ିଥିଲା। ତେଣୁ ଦେଶର ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ କେନ୍ଦ୍ର ସରକାର ଚୀନ୍ର ଅର୍ଥନୀତି ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲେ। ଏହାପରେ ଭାରତ ସରକାର ୨୦୨୦ ଜୁନ ୨୯ ତାରିଖରେ ଟିକଟକ୍, ହ୍ୟାଲୋ ଓ ଲାଇକି ଭଳି ୫୯ଟି ଚୀନ ଆପକୁ ଦେଶରେ ନିଷିଦ୍ଧ ଘୋଷଣା କରିଥିଲେ। ସେହିପରି ସେପ୍ଟେମ୍ବର ୨ ତାରିଖରେ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(ଏ) ଅନୁସାରେ ୧୧୮ଟି ଆପକୁ ବି ନିଷିଦ୍ଧ କରାଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।
ସ୍ନାକ୍ ଚାର୍ଟ, କାମ୍ କାର୍ଡ, ଓ୍ଵି ଡେଟ , ରେଲା, ହାପି ଫିସ୍, ଆଡୋର ଆପ୍, ମ୍ୟାଙ୍ଗୋ ଟିଭି, ଓ୍ଵି ଟିଭି ଭଳି ଆପ୍ ଗୁଡୁକ ବନ୍ଦ କରାଯାଇଛି ।
Ministry of Electronics and Information Technology, GoI (@GoI_MeitY) issued an order today under section 69A of the Information Technology Act blocking access to 43 mobile apps in India.
More details – https://t.co/l9pwJKk3un@PIB_India @MeityPib @rsprasad @SanjayDhotreMP
— Ministry of Electronics & IT (@GoI_MeitY) November 24, 2020