ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଏହି ଲକଡାଉନ ଅବଧି ଆଜି ଶେଷ ହେବ ନା ଏହା ପୂର୍ବ ପରି ଜାରି ରହିବ କିମ୍ବା ସରକାର କରୋନା ଗାଇଡଲାଇନକୁ କୋହଳ କରିବେ ଏନେଇ ଆଜି ଅପରାହ୍ମ 2.30 ସୁଦ୍ଧା ସୂଚନା ଦେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଜି ଅପରାହ୍ମରେ କୋଭିଡ୍ ପରିଚାଳନାକୁ ନେଇ ରାଜ୍ୟବାସୀଙ୍କ ଆଗରେ ସବିଶେଷ ତଥ୍ୟ ରଖିବା ସହିତ ଆସନ୍ତା ମାସ ଅର୍ଥାତ୍ ଜୁଲାଇ ପାଇଁ ନୂତନ ଗାଇଡଲାଇନ୍ ଜାରି କରିପାରନ୍ତି ମୁଖ୍ୟ ଶାସନ ସଚିବ ।
ତେବେ ୧୦ଟି ଜିଲ୍ଲାରେ ଏବେ ବି ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଉପରେ ରହିଥିବାରୁ ଲକଡାଉନ୍ ସଂପୂର୍ଣ୍ଣ ରୂପେ ନ ଉଠିବାରେ ବୋଲି ଚର୍ଚ୍ଚା ହେଉଛି । । ତେବେ ପଜିଟିଭିଟି ରେଟ୍ ଅଧିକ ରହୁଥିବା ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଜାରି ରହିପାରେ । ତେବେ ୨୧ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ସ୍ଥିର ଥିବାରୁ ଏହି ଜିଲ୍ଲା ଗୁଡିକରେ କରୋନା କଟକଣା କୋହଳ ହୋଇପାରେ ।