ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇ 19ରୁ ଆରମ୍ଭ ହୋଇପାରେ । ସଂସଦୀୟ ମାମଲାରେ ବସୁଥିବା କ୍ୟାବିନେଟ୍ ସମିତି ଏନେଇ ସୁପାରିଶ କରାଯାଇଛି । ସଂସଦୀୟ ମାମଲାର କ୍ୟାବିନେଟ୍ ସମିତି ଜୁଲାଇ 19ରୁ ଅଗଷ୍ଟ 13 ମଧ୍ୟରେ ଏହି ଅଧିବେଶନର ଆୟୋଜନ କରିବାକୁ ସୁପାରିଶ କରିଛି । ତେବେ ଏହି ସମୟ ମଧ୍ୟରେ କରୋନା ଭ୍ୟାକସିନର ଦୁଇଟା ଯାକ ଡୋଜ ନେବାକୁ ସମସ୍ତ ସାଂସଦମାନଙ୍କୁ କୁହାଯାଇଛି । ପାଖାପାଖି 1 ମାସ ଧରି ଚାଲିବାକୁ ଥିବା ମୌସୁମୀ ଅଧିବେଶନ ସମୟରେ 20ଟି ବୈଠକ ହେବାର ସମ୍ଭାବନା ରହିଛି । ସାଧାରଣତଃ ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୁଏ ଓ ସ୍ବାଧିନତା ଦିବସ ପୂର୍ବରୁ ଶେଷ ହୁଏ ।
ସୁଚନା ମୁତାବକ ବର୍ତ୍ତମାନ ଶୁଦ୍ଧା, 232 ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ପାଖାପାଖି 179 ଜଣ ଦୁଇଟି ଯାକ ଡୋଜ୍ ନେଇଥିବା ବେଳେ 540 ଲୋକସଭା ସାଂସଦଙ୍କ ମଧ୍ୟରୁ 403 ଜଣ କରୋନା ଭ୍ୟାକସିନ ନେଇ ସାରିଛନ୍ତି ।