ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଲଢେଇରେ ଖୁବ୍ ଶୀଘ୍ର ଭାରତ ସହ ସାମିଲ ହେବାକୁ ଯାଉଛି ଆମେରିକା ଦ୍ବାରା ବିକଶିତ କରୋନା ଟିକା ମଡର୍ଣ୍ଣା l ସିପ୍ଲା ଏବେ ଏହି ଭ୍ୟାକସିନ ଭାରତରେ ବ୍ୟବହାର କରିପାରିବ l ତେବେ ଏନେଇ ସରକାରୀ ସୁତ୍ରରୁ ପ୍ରକାଶ ପାଇଛି l କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ୍ ଭି ପରେ ଏବେ ଚତୁର୍ଥ ଟିକା ଭାବରେ ଭାରତରେ ସ୍ଥାନ ପାଇବାକୁ ଯାଉଛି ମଡର୍ଣ୍ଣା ଟିକା l ମୁମ୍ବାଇ ସ୍ଥିତ ଫାର୍ମା କମ୍ପାନୀ ସିପ୍ଲା ମଡର୍ଣ୍ଣା ଟିକାର ଆମଦାନୀ ଓ ମାର୍କେଟିଂ କରିବା ପାଇଁ ଡିସିଜିଆଇକୁ ଅନୁମତି ମାଗିଥିଲା l ଯାହାକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛି l
ସୂଚନାଯୋଗ୍ୟ, ଜୁନ୍ ମାସ ପ୍ରଥମ ସପ୍ତାହରେ ଡିସିଜିଆଇ ବିଦେଶି କୋଭିଡ୍ 19 ଭ୍ୟାକସିନ ପାଇଁ ଥିବା ନିୟମରେ କିଛିଟା କୋହଳ କରିଥିଲା l ସେହି କୋହଳ ନିୟମ ଅନୁଯାୟୀ, ଯେଉଁ କରୋନା ଭ୍ୟାକସିନକୁ ଆମେରିକା, ୟୁରୋପ୍, ୟୁକେ, ଜାପାନ୍ କିମ୍ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରୀ ପ୍ରଦାନ କରିଛି, ସେହି ଭ୍ୟାକସିନକୁ ଭାରତରେ ଟ୍ରାଏଲ କରିବା ଦରକାର ନାହିଁ l
ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଡର୍ଣ୍ଣାକୁ ପୂର୍ବରୁ ମଞ୍ଜୁରୀ ପ୍ରଦାନ କରିସାରିଛି l WHO ଅନୁଯାୟୀ, କରୋନା ବିରୁଦ୍ଧରେ ମଡର୍ଣ୍ଣା ଟିକା 94.1 ପ୍ରତିଶତ ଫଳପ୍ରଦ l ଏହି ଭ୍ୟାକସିନର ପ୍ରଥମ ଡୋଜି ନେବାର 14 ଦିନ ପରେ ଦ୍ବିତୀୟ ଡୋଜ ନିଆଯିବ l