ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡିଛନ୍ତି ଶ୍ରୀଜିଉ । ଅଣସର ଘରେ ରହି ଶ୍ରୀଜିଉଙ୍କ ଗୁପ୍ତ ଉପଚାର ଚାଲିଛି । ଆଜି ବଡ଼ ଠାକୁରଙ୍କୁ ଲାଗିହେବ ଫୁଲୁରୀ ତେଲ । ଏଥିପାଇଁ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଏ । ମହାପ୍ରଭୁଙ୍କ ଗୁପ୍ତ ନୀତିରେ ନିୟୋଜିତ ଦଇତାପତି ସେବାୟତ ଏହି ସ୍ୱତନ୍ତ୍ର ତେଲକୁ ଶ୍ରୀଅଙ୍ଗରେ ଲାଗି କରିବେ ।
ତେବେ ପୌରାଣିକ କଥାବସ୍ତୁ ଅନୁଯାୟୀ, ଏହି ଫୁଲୁରୀ ତେଲ, ହେରାପଞ୍ଚମୀ ତିଥିରେ ୨ଟି ମାଟି ର୍ନିମିତ ଘୁମାରେ ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ । ଏହାପରେ ଏଥିରେ ଅନେକ ସୁବାସିତ ଫୁଲ ଏହି ରାଶି ତେଲରେ ମିଶ୍ରଣ କରାଯାଇ ରଖାଯାଇଥାଏ । ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ । ବର୍ଷକ ପରେ ଘୁମାରେ ଥିବା ତେଲକୁ ମାଟି ତଳୁ କଢ଼ା ଯାଇଥାଏ ଏବଂ ଏହି ଫୁଲରୀ ତେଲକୁ ଶ୍ରୀଜିଉଙ୍କ ଶରୀରରେ ଲଗାଇବା ପରେ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।