ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଶାରେ କରୋନା ବିରୋଧିରେ ସାମିଲ ହେଲା ଆଉ ଏକ ଟିକା । କୋଭାକ୍ସିନ, କୋଭିସିଲ୍ଡ ପରେ ଏବେ ଓଡିଶାରେ ପହଞ୍ଚଛି ଋଷୀୟ ଜ୍ଞାନ କୌଶଳରେ ନିର୍ମିତ ଟିକା ସ୍ପୁଟନିକ୍ ଭି ।
ଭୁବନେଶ୍ୱରର ଚନ୍ଦ୍ରଶେଖର ପୁର ସ୍ଥିତ ଏକ ଘରୋଇ ହସ୍ପିଟାଲ କେୟାର ହସ୍ପିଟାଲରେ ଏହି ଟିକା ଉପଲବ୍ଧ । ଏହି ଟିକାକୁ ଉଭୟ ବର୍ଗୀୟ ବ୍ୟକ୍ତି ଅର୍ଥାତ୍ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ନେଇପାରିବେ ।ସ୍ପୁଟନିକ୍ ଭି ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତି କୋଓ୍ବିନ ଆପ୍ ମାଧ୍ୟମରେ ପ୍ରଥମେ ସ୍ଲଟ୍ ବୁକ୍ କରିବାକୁ ପଡିବ ।ଏହି ଟିକା ୯୧ ପ୍ରତିଶତରୁ ଅଧିକ ପ୍ରଭାବି ବୋଲି କୁହାଯାଉଛି । ଏହି ଟିକାର ଗୋଟିଏ ଡୋଜର ମୂଲ୍ୟ ୧୧୪୫ ଟଙ୍କା ରହିଛି । ପ୍ରଥମ ଡୋଜର ମାତ୍ର ୨୧ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ପଡିବ ।