ସନଷ୍ଟାର ଟିଭି ବ୍ୟୁରୋ
ଅନୁଗୁଳ: ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଅନୁଗୁଳ ସହରରେ ନୂଆ ଯୋଜନା ପ୍ରସ୍ତୁତ କରିଛି ଅନୁଗୁଳ ପୌର ପାଳିକା । ଆବର୍ଜନା ସଫା କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ନୂଆ ଗାଡି କିଣା ଯାଇଛି । ଏହି ଗାଡି ଗୁଡିକ ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବ । ଏହି ଗାଡିର ପରିଚାଳନା ପାଇଁ ଗାଡି ପିଛା ଦୁଇ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଯୋଜନାରେ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି।
ତେବେ ପ୍ରତ୍ୟେକ ଗାଡ଼ିରେ ଜିପିଏସ ସିଷ୍ଟମ ଲାଗିଛି। ତେଣୁ କାର୍ଯ୍ୟାଳୟରେ ବସି ଦାୟିତ୍ବରେ ଥିବା ଅଧିକାରୀ ଗାଡି ଗୁଡିକର ଗତିବିଧି ଜାଣି ପାରିବେ । ଏହା ଦ୍ବାରା ବାହାରେ ଆଉ କୌଣସି ସ୍ଥାନରେ ଅଳିଆ ଗଦା ହୋଇ ରହିବା ଦେଖିବାକୁ ମିଳିବ ନାହିଁ । ଏହାକୁ ସହରବାସୀ ବେଶ ସ୍ବାଗତ କରିଛନ୍ତି ।