ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବୀର ସୁରେନ୍ଦ୍ର ସାଏ ବୈଷୟକ ବିଶ୍ବବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି । ଭିସୁଟର ନୂତନ କୁଳପତି ଭାବେ ଦ୍ବାୟିତ୍ବ ଗ୍ରହଣ କରିଛନ୍ତି ପ୍ରଫେସର ବଂଶୀଧର ମାଝୀ । ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ଦ୍ବାୟିତ୍ବ ପ୍ରଦାନ କରିଛନ୍ତି । ଆସନ୍ତା 3 ବର୍ଷ ପାଇଁ ପର୍ଯ୍ୟନ୍ତ ପ୍ରଫେସର ବଂଶୀଧର ମାଝୀଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ଓଡ଼ିଶା ବିଶ୍ବବିଦ୍ୟାଳୟ ଆମେଣ୍ଡମେଣ୍ଟ ଆକ୍ଟ 2020 ଅନୁସାରେ ପ୍ରଫେସର ବଂଶୀଧର ମାଝୀଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ରାଜ୍ୟପାଳ ।
ପ୍ରଫେସର ବଂଶୀଧର ମାଝୀ ଏବେ ଆଇଆଇଆଇଟିଡିଏମ କାଞ୍ଚିପୁରମ ଚେନ୍ନାଇର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ଅଧ୍ୟାପନା କ୍ଷେତ୍ରରେ ପ୍ରଫେସର ବଂଶୀଧର ମାଝୀଙ୍କ 26 ବର୍ଷର ଅଭିଜ୍ଞତା ରହିଛି । 2016 ରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ଆୱାର୍ଡରେ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଛି ।