ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ମାତ୍ର ୧୦୦ ଟଙ୍କା ପାଇଁ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ବିଭତ୍ସ ହତ୍ୟା କରାଯାଇଛି ।୧୦୦ ଟଙ୍କା ଦେବାକୁ ମନା କରିବାରୁ ଏହି ହତ୍ୟା କାଣ୍ଡ କରଯାଇଛି ବୋଲି ଧ୍ରୁବରାଜଙ୍କ ଭାଇ ସୂଚନା ଦେଇଛନ୍ତି ।
ତେବେ ସୂଚନା ଅନୁସାରେ ଲାଇକେରା ଥାନା ଅନ୍ତର୍ଗତ ସରଗିଗୁଡ଼ା ସ୍ଥିତ ବାସଭବନରେ ତାଙ୍କୁ ଜଣେ ଯୁବକ ୧୦୦ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ତାଙ୍କୁ ଟାଙ୍ଗିଆରେ ଅତି ନୃଶଂସ ଭାବରେ ହାଣିଦେଇଥିଲା ଯୁବକ । ତେବେ ତାଙ୍କୁ ଝାରସୁଗୁଡ଼ା ମୂଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ତେବେ ଏହି ଘଟଣା ରେ ସଂପୃକ୍ତ ଥିବା ଯୁବକକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି।