ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଦେଶ ଯାତ୍ରୀମାନଙ୍କ ପାଇଁ ଖୁସି ଖବର ।ଏଣିକି ବିଦେଶ ଯାତ୍ରୀମାନେ କୋ-ୱିନ୍ ସାଇଟରେ ନିଜର ଟିକାକରଣ ପ୍ରମାଣପତ୍ରକୁ ପାସପୋର୍ଟ ସହ ଲିଙ୍କ୍ କରିପାରିବେ । ଏନେଇ ଆରୋଗ୍ୟ ସେତୁ ଆପର ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଲୋକମାନେ କୋ-ୱିନ୍ ଆପକୁ ଯାଇ ନିଜର ଟିକା ପ୍ରମାଣପତ୍ରରେ ନିଜର ପାସପୋର୍ଟ ନମ୍ବର ସଂଯୁକ୍ତ କରିପାରିବେ । ପାସପୋର୍ଟ ନମ୍ବର ଅପଲୋଡ କରିବାର କିଛି ସମୟପରେ ଏକ ଅପଡେଟେଡ୍ ଟିକା ପ୍ରମାଣପତ୍ର ମିଳିବ । ଯଦି ଟିକା ପ୍ରମାଣପତ୍ରରେ ଥିବା ନାମ ଓ ପାସପୋର୍ଟରେ ଥିବା ନାମରେ ଅମେଳ ଦେଖାଦିଏ ତେବେ ସଂପୃକ୍ତ ବ୍ୟକ୍ତି ସଂଶୋଧନ ପାଇଁ ଆବେଦନ କରିପାରିବେ । କିନ୍ତୁ ଏପରି ସଂଶୋଧନ ପାଇଁ ଥରେ ମାତ୍ର ସୁଯୋଗ ଦିଆଯିବ । ଏଣୁ ସତର୍କତାର ସହ ସଂଶୋଧନ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ତେବେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ କାରଣ ପାଇଁ ବିଦେଶ ଯାତ୍ରା କରୁଥିବା ଲୋକମାନେ ଉପକୃତ ହୋଇପାରିବେ ।
Now you can update your Passport number in your vaccination certificate.
Login to https://t.co/S3pUooMbXX.
Select Raise a Issue
Select the passport optionSelect the person from the drop down menu
Enter passport number
SubmitYou will receive the new certificate in seconds. pic.twitter.com/Ed5xIbN834
— Aarogya Setu (@SetuAarogya) June 24, 2021
In case name on certificate does not match name on passport, you can request for name correction as well
Entering passport number and requesting name change can only be done once, so please ensure there are no mistakes in entering the details
— Aarogya Setu (@SetuAarogya) June 24, 2021