ସନଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସ୍ଵତନ୍ତ୍ର ସଚିବ ଆର୍.ଭିନିଲ କ୍ରୀଷ୍ଣା ଆଜି ବ୍ରହ୍ମପୁର ଗସ୍ତ କରିଛନ୍ତି ।ସେଠାରେ ସେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚି ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାପରେ ନିର୍ମାଣାଧୀନ କ୍ରୀଡ଼ା ଛାତ୍ରାବାସ, ପଡ଼ିଆ, ସୁଇମିଂପୁଲ ଏବଂ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁର ସହରର କ୍ରୀଡାର ବିକାଶ ଦିଗରେ ରାଜ୍ୟ ସରକାର ସ୍ଵତନ୍ତ୍ର ଧ୍ୟାନ ଦେଇଛନ୍ତି ।ପ୍ରାୟ ୩୭ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁର ଷ୍ଟାଡିୟମର ଉନ୍ନତିକରଣ ଚାଲିଛି । ଜୁଲାଇ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସ୍ଵତନ୍ତ୍ର କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ନିର୍ଦ୍ଦେଶ ଦେଇଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଷ୍ଟାଡିୟମ ଇନଚାର୍ଜ କାଜଲ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।