ସନଷ୍ଟାର ଟିଭି ବ୍ୟୁରୋ
କଟକ: ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ ଇତିହାସରେ ରେକର୍ଡ କରିଛି ପାସ୍ ହାର । ଚଳିତ ବର୍ଷ ସାଢେ ୬ ଲକ୍ଷ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ବାହାରିଛି । ପାସ ହାର ୯୭.୮୯ ପ୍ରତିଶତ ରହିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଏକ୍ସ ରେଗୁଲାର ଫଳାଫଳ ୮୮ ପ୍ରତିଶତ ରହିଛି । ଗତବର୍ଷ ଅପେକ୍ଷା ଫଳାଫଳ ଭଲ ରହିଛି ବୋଲି କୁହାଯାଉଛି ।
ଫଳାଫଳ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ମନ୍ତ୍ରୀ ସମୀର ଦାସ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଫଳାଫଳ ଘୋଷଣା କରି ମନ୍ତ୍ରୀ ସମୀର ଦାସ କହିଛନ୍ତି ୫ ଲକ୍ଷ ୭୪ ୧୨୫ ପରୀକ୍ଷା ଦେଇଥିଲେ। ପାସ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦ । ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି। ମୋଟ ୪୪୧୨ ପିଲା ଅନୁପସ୍ଥିତ ଥିଲେ। ୨୨୫୬ ପିଲାଙ୍କ ମାର୍କ ସ୍କୁଲ ଦେଇ ନ ଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।
ପରୀକ୍ଷାରେ A1- ୨୬୫୬; A2- ୨୨, ୧୩୧; B1- ୫୨, ୧୯୯ ଛାତ୍ରଛାତ୍ରୀ ଥିବା ଜଣାଯାଇଛି । ସେହିପରି B2 ଗ୍ରେଡରେ ୯୪, ୪୭୫ ପିଲା ପାସ୍ କରିଛନ୍ତି । ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି । ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।