ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ନ ଦେଇ ମଧ୍ୟ ଫଳ ପାଇବାକୁ ଯାଉଛନ୍ତି । ଏହି ମୂଲ୍ୟାଙ୍କନକୁ ନେଇ ଛାତ୍ରଛାତ୍ରୀମାନଙ୍କ ମନରେ ଅନେକ ଦ୍ବନ୍ଦ୍ବ ଓ ଚିନ୍ତା ରହିଛି । ତେବେ ପରୀକ୍ଷା ମୂଲ୍ୟାଙ୍କନ ସମ୍ବନ୍ଧୀୟ ଦ୍ବନ୍ଦ୍ବକୁ ଦୂର କରିବା ପାଇଁ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ CBSE ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । CBSE ଦଶମ ଓ ଦ୍ବାଦଶ ଫଳାଫଳ ମୂଲ୍ୟାଙ୍କନ ନେଇ ଛାତ୍ରଛାତ୍ରୀଙ୍କ ମତାମତ ଲୋଡିବେ ଶିକ୍ଷା ମନ୍ତ୍ରୀ । ତେବେ ବିଷୟରେ ଟ୍ବିଟର କିମ୍ବା ଫେସବୁକ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ ତଥା ପରାମର୍ଶ ବିଷୟରେ ଜଣାଇପାରିବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
I will be interacting with dear students tomorrow at 4 PM to discuss their concerns & queries related to evaluation of CBSE board exams. If you have any doubts or suggestions, you may share them through Twitter or Facebook by the afternoon of June 25th pic.twitter.com/SIkXitnIRl
— Dr. Ramesh Pokhriyal Nishank (@DrRPNishank) June 24, 2021