ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଗତ ଦୁଇ ଦିନ ହେବ କରୋନା ସଂକ୍ରମଣ କିଛି ମାତ୍ରାରେ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରୁ 3650 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 2098 ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ 1552 ରହିଛି ।
ତେବେ ରାଜ୍ୟର 15ଟି ଜିଲ୍ଲାରେ ତିନିଅଙ୍କ ଉପରେ ପଜିଟିଭ୍ ସଂଖ୍ୟା ରହିଥିବା ବେଳେ ମାତ୍ର 4ଟି ଜିଲ୍ଲାରେ 10 ତଳେ ରହିଛି ସଂକ୍ରମଣ ସଂଖ୍ୟା । ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମଣ ବାହାରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 604 ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ 112, ବାଲେଶ୍ବରରୁ 278,ବଲାଙ୍ଗୀରରୁ 16, ବରଗଡରୁ 45,ଭଦ୍ରକରୁ 170, ବୌଦ୍ଧରୁ 41, ଦେଓଗଡରୁ 4, କଟକରୁ 485, ଢେଙ୍କାନାଳରୁ 110, ଗଜପତିରୁ 8, ଗଞ୍ଜାମରୁ 14, ଜଗତସିଂହପୁରରୁ 138, ଯାଜପୁରରୁ 332, ଝାରସୁଗୁଡାରୁ 8ଜଣ, କଳାହାଣ୍ଡିରୁ 23,କନ୍ଧମାଳରୁ 26, କେନ୍ଦ୍ରପଡାରୁ 106, କେନ୍ଦୁଝରରୁ 68,କୋରାପୁଟରୁ 104, ମାଲକାନଗିରିରୁ 67, ମୟୂରଭଞ୍ଜରୁ 145, ନବରଙ୍ଗପୁରରୁ 69, ନୟାଗଡରୁ 122, ନୂଆପଡାରୁ 10,ପୁରୀରୁ 187,ରାୟଗଡାରୁ 106, ସମ୍ବଲପୁରରୁ 35, ସୋନପୁରରୁ 22, ସୁନ୍ଦରଗଡରୁ 106 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 89 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।