ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶର ସବୁଠୁ ସୁରକ୍ଷିତ ବିମାନ ଏୟାର ଇଣ୍ଡିଆ- ଓ୍ଵାନ୍କୁ ଉଦ୍ଘାଟନ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଭାରତର ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବ୍ୟବହାର କରାଯିବା ପାଇଁ ଆମେରିକା ଠାରୁ କିଣା ଯାଇଛି ଏହି ସ୍ବତନ୍ତ୍ର ବିମାନ । ବିମାନକୁ ଉଦଘାଟନ କଲାପରେ ଏହାର ପ୍ରଥମ ଉଡାଣରେ ରାଷ୍ଟ୍ରପତି ତାଙ୍କ ଧର୍ମପତ୍ନୀଙ୍କ ସହ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ଆନ୍ଧ୍ର ପ୍ରଦେଶର ତିରୁପତି ପରିଦର୍ଶନ କରିବା ସହ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରରେ ମଧ୍ୟ ପୂଜା କରିବେ ବୋଲି ସୂଚନା ମିଳିଛି ।
ସରକାରୀ ସୁତ୍ରର ସୂଚନା ଅନୁଯାୟୀ ରାଷ୍ଟ୍ରପତି କୋବିନ୍ଦ ଆଜି ପାଞ୍ଚ ଘଣ୍ଟିଆ ଆଧ୍ୟାତ୍ମିକ ଯାତ୍ରାରେ ତିରୁପତି ଯାଇଛନ୍ତି। ରାଷ୍ଟ୍ରପତି ଦମ୍ପତ୍ତି ଚେନ୍ନାଇ ରେନିଗୁଣ୍ଟା ବିମାନବନ୍ଦରରେ ପହଞ୍ଚି ରାଷ୍ଟ୍ରପତି ତିରୁପତି ଠାରେ ଦେବୀ ପଦ୍ମାବତୀଙ୍କ ଦର୍ଶନ କରିବେ। ଏହା ପରେ ଅପରାହ୍ନରେ ତିରୁମାଲାର ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀଙ୍କ ପ୍ରାଚୀନ ପାହାଡି ମନ୍ଦିରରେ ଦର୍ଶନ କରିବେ। କରୋନା ମହାମାରୀ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ବରିଷ୍ଠ ଅଧିକାରୀ ଏବଂ ଅନ୍ୟମାନଙ୍କର କରୋନା ଟେଷ୍ଟ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଭାରତର ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବ୍ୟବହାର କରାଯିବା ପାଇଁ ଆମେରିକା ଠାରୁ ଭାରତ କିଣିଥିବା ସ୍ବତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନ ହେଉଛି ବୋଇଙ୍ଗ ୭୭୭। ଆମେରିକାରେ ନିର୍ମିତ ଏହି ବିମାନକୁ ଏକ ଅବିଶ୍ୱସନୀୟ ବାୟୁ ଦୁର୍ଗରେ ପରିଣତ କରାଯାଇଛି । ଏହି ବିମାନକୁ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’ ଭଳି ଶକ୍ତିଶାଳୀ ବିମାନରେ ପରିଣତ କରାଯାଇଛି। ଯାହା ସମସ୍ତ ପ୍ରକାର ଅତ୍ୟାଧୁନିକ ସୁରକ୍ଷା ପ୍ରଣାଳୀର ସମକକ୍ଷ ।
President Kovind boards the Air India One- B777 aircraft for inaugural flight to Chennai. The President will be visiting Tirupati, Andhra Pradesh to offer prayers at the Sri Venkateswara Swamy Temple. pic.twitter.com/R4hqJQnhTF
— President of India (@rashtrapatibhvn) November 24, 2020
The President commends the pilots, crew members and the entire team of @airindiain and @IAF_MCC for operating the state-of-the-art aircrafts and facilitating VVIP movements within India and on state visits abroad. pic.twitter.com/wOV2afBHaa
— President of India (@rashtrapatibhvn) November 24, 2020