ସନଷ୍ଟାର ଟିଭି ବ୍ୟୁରୋ
ସାଉଥହାମ୍ପଟନ: ସାଉଥହାମ୍ପଟନ ପଡିଆରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ, ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚରେ ଭାରତୀୟ ଦଳକୁ 8 ଓ୍ବିକେଟରେ ହରାଇ ୱାର୍ଲ୍ଡ ଚାମ୍ପିୟନ ସାଜିଲା ନ୍ୟୁଜିଲାଣ୍ଡ l ବିଜୟ ହାସଲ କରି ୱାର୍ଲ୍ଡ ଚାମ୍ପିୟନ ଚାମ୍ପିୟନଶିପର ପ୍ରଥମ ଟ୍ରଫିକୁ ନିଜ ନାମରେ କରିବା ସହ ଆଇସିସି ରାଙ୍କର ପ୍ରଥମ ସ୍ଥାନରେ ନିଜକୁ କାଏମ୍ ରଖିଛି ନ୍ୟୁଜିଲାଣ୍ଡ l ପରାଜିତ ହୋଇ ଟିମ୍ ଇଣ୍ଡିଆର ଆସିସି ଟ୍ରଫି ଜିତିବାର ଆଶା ମଧ୍ୟ ଧୂଳିସାତ୍ ହୋଇଯାଇଛି l
ଦ୍ବିତୀୟ ପାଳିରେ ଟିମ ଇଣ୍ଡିଆ ମାତ୍ର 170 ରନ୍ କରି ନିଜର ସମସ୍ତ ଓ୍ବିକେଟ୍ ହରାଇଥିଲା lଏଥିସହିତ ନ୍ୟୁଜିଲାଣ୍ଡକୁ 139 ରନର ଟାର୍ଗେଟ ଦେଇଥିଲା ଇଣ୍ଡିଆ ଟିମ୍ l ନ୍ୟୁଜିଲାଣ୍ଡ 139 ରନର ଟାର୍ଗେଟକୁ 45.5 ଓଭରରେ ମାତ୍ର 2ଟି ଓ୍ବିକେଟ ହରାଇ ହାସଲ କରିଛି l ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ ସର୍ବାଧିକ 52 ରନ୍ ସଂଗ୍ରହ କରିଥିବା ବେଳେ ରସ୍ ଟେଲର 47 ରନ୍ କରି ଅପରାଜିତ ରହିଛନ୍ତି lଟିମ୍ ଇଣ୍ଡିଆ ପକ୍ଷରୁ କେବଳ ଅଶ୍ବିନୀ 2ଟି ଓ୍ବିକେଟ ହାସଲ କରିଛନ୍ତି l ତେବେ ଦ୍ବିତୀୟ ପାଳିରେ ଭାରତ ପକ୍ଷରୁ ଋଷଭ୍ ପନ୍ତ ସର୍ବଧିକ 41 ରନ କରିଥିଲେ l