ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ଟିକାକରଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଭ୍ୟାକସିନ ସେଣ୍ଟରଗୁଡିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟୋକୁ ନେଇ ବିଜେପି କର୍ମୀ ପ୍ରତିବାଦ କରିବା ପାଇଁ ଫୋଟୋ ଚିରି ଥିବା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ରାଜ୍ୟର ରାଜନୀତିକ ମାହୋଲ ସରଗରମ ରହିଛି । ତେବେ ଏହାରି ମଧ୍ୟରେ ବିଜେପି ଓ ବିଜେଡି କର୍ମୀ ମଧ୍ୟରେ ଦେଖାଯାଇଛି ଟ୍ବିଟର ଓ୍ବାର୍ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ମଧ୍ୟରେ ଟ୍ବିଟରରେ କଥା କଟାକଟି ହୋଇଥିବା ଦେଖାଯାଇଛି ।
ରାଜ୍ୟରେ ଟୀକାକରଣ କେନ୍ଦ୍ରର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ବିଜେପି ସାଂସଦ ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତର ଦେବାକୁ ଯାଇ ବିଜେଡି ସାଂସଦ ଟୀକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ପ୍ରଶ୍ନ କରିଛି ।
ଟୀକାକରଣ ରାଜନୀତିକୁ ନେଇ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ଟ୍ବିଟରରେ ଲେଖିଛନ୍ତି ଯେ, ବାହାରୁ ଟିକା କିଣିବାରେ ରାଜ୍ୟ ସରକାର ବିଫଳ ହେଲେ । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ବଞ୍ଚାଇବା ପାଇଁ ଆଗେଇ ଆସିଥିଲେ । ଏଥିପାଇଁ ସାଧାରଣ ସୌଜନ୍ୟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ପ୍ରାଥମିକତା ଭିତ୍ତିରେ ଲଗାଯିବା କଥା । ହେଲେ ହୀନମାନ୍ୟତା କାରଣରୁ ଏଭଳି କରୁନାହାନ୍ତି ବୋଲି ଲେଖିଛନ୍ତି ଅପରାଜିତା ଷଡଙ୍ଗୀ ।
ତେବେ ଏହି ଟ୍ବିଟକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଜବାବ ରଖିଛନ୍ତି । ସାଂସଦ ଲେଖିଛନ୍ତି ଯେ ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଥିବାରୁ ସମସ୍ତ ରାଜନୈତିକ ଦଳ ଆପତ୍ତି କରିଥିଲେ । ହେଲେ ବିଜେଡି କୌଣସି ଆପତ୍ତି ଓ ଅଭିଯୋଗ କରିନି । ଟୀକାକରଣ ସବୁବେଳେ କେନ୍ଦ୍ରର ଦାୟିତ୍ଵ ବୋଲି ସସ୍ମିତ ଜବାବରେ ଲେଖିଛନ୍ତି । ଏହା ଏକ ଜାତୀୟ କାର୍ଯ୍ୟକ୍ରମ ସେ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ କୋଭିଡ ସଚେତନତା ବାର୍ତ୍ତା ଥିବାବେଳେ ଏହାକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବୋଲି ସସ୍ମିତ ଲେଖିଛନ୍ତି ।
@AprajitaSarangi Ji, Hon’ble PM’s photo is there on every COVID vaccination certificate. While every party made an issue out of it, BJD never made it an issue or politics over it. You are an ex-bureaucrat. Vaccination in india has always been a national programme done by (Cont’d)
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) June 23, 2021
Odisha failed to procure vaccines;it sought Central Govt’s support.Our PM @narendramodi has come to the rescue of @CMO_Odisha. Basic courtesy demands that PM Modi’s photos with CM’s photo are put up at all Vaccination points by State Govt.Height of insecurity & narrow mindedness! pic.twitter.com/BcLaQ1KrnF
— Aparajita Sarangi, Member of Parliament (@AprajitaSarangi) June 23, 2021