ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ନକଲି କରୋନା ଔଷଧ ବିକ୍ରୟ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ୩ ଜଣଙ୍କୁ ଗିରଫ କରିଛି ସ୍ପେଶାଲ୍ ଟାସ୍କ ଫୋର୍ସ । ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓ୍ୱାଙ୍କ ସୂଚନା ଦେଇଛନ୍ତି ।
ଜେଠଓ୍ୱା ସୂଚନା ଦେଇ କହିଛନ୍ତି, ମେଡିଲୟଡ ମେଡିକାମେଣ୍ଟ ସଂସ୍ଥା ନାମକ ଏକ କମ୍ପାନୀ ହିମାଚଳର ଏକ ନକଲି କଂପାନୀରୁ ଫାଭିପିରାଭିର ମେଡିସିନ କିଣି ବିକ୍ରି କରିବା ପାଇଁ ଯୋଜନା କରୁଥିଲା । ହେଲେ ଏହି ଔଷଧ ନକଲି ଥିବା ଜଣାପଡ଼ିଥିଲା । ମେଡିଲୟଡ କମ୍ପାନୀ ୧୦ଟି ଟାବଲେଟକୁ ୬୫ ଟଙ୍କାରେ କିଣି ୧୨୯୦ରେ ବିକ୍ରି କରୁଥିଲା । ଏହା ଜଣା ପଡ଼ିବା ପରେ ଔଷଧ ବିତରଣ କଂପାନୀର ଅନ୍ୟତମ ନିର୍ଦ୍ଦେଶକ ସମେତ ୩ ଗିରଫ ହୋଇଛନ୍ତି । ଏହି ଘଟଣାରେ ୩ ଜଣଙ୍କ ଗିରଫ କରାଯାଇଥିଲେ ବି କଂପାନୀ ମୁଖ୍ୟ ଶିବ ଜେନା ଏବେ ମଧ୍ୟ ଫେରାର ଅଛନ୍ତି ।