ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସାରା ବିଶ୍ବ କରୋନା ମହାମାରୀ ବିରୁଦ୍ଧରେ ଲଢେଇ ଜାରି ରଖିଥିବା ବେଳେ ସବୁଠୁ ଅଧିକ ଚିନ୍ତାର କାରଣ ହେଉଛି ଏହାର ବିଭିନ୍ନ ଭାରିଆଣ୍ଟ । ବିଭିନ୍ନ ଦେଶରେ ଉତ୍ପତ୍ତି ହେଉଥିବା ଭିନ୍ନ ଭିନ୍ନ ଭାରିଆଣ୍ଟ ଚିନ୍ତାର କାରଣ ସାଜୁଛି । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏକ କରୋନାର ଏକ ନୂତନ ଭ୍ୟାକସିନ୍ ତିଆରି କରିବାକୁ ଯାଉଛନ୍ତି, ଯାହା କରୋନାର ସବୁ ଭାରିଆଣ୍ଟ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ ।ଏବଂ ଭବିଷ୍ୟତରେ ଆସିବାକୁ ଥିବା ମହାମାରୀକୁ ମଧ୍ୟ ରୋକିବାରେ ସହାୟକ ହେବ ।
ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ବୈଞାନିକମାନେ ଏକ ନୂତନ ଭ୍ୟାକସିନ ତିଆରି କାର୍ଯ୍ୟରେ ଲାଗିଛନ୍ତି । ଏହି ଭ୍ୟାକସିନ କରୋନାର ସବୁ ଭାରିଆଣ୍ଟ ସହ ଲଢିପାରିବ । ତେବେ ମୂଷା ଉପରେ ଏହି ଭ୍ୟାକସିନର ଟ୍ରାଏଲ ମଧ୍ୟ କରାଯାଇଛି । ଆମେରିକାର ନର୍ଥ କ୍ଲେରୋଲିନା ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହା ଉପରେ ରିସର୍ଚ୍ଚ ଆରମ୍ଭ କରିଦେଇଛନ୍ତି ।ଏବଂ ମଣିଷମାନଙ୍କ ଉପରେ ଏହାର ଟ୍ରାଏଲ କରୋନାର ତୃତୀୟ ଲହର ଆସିବା ପୂର୍ବରୁ କରାଯିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।