ସନଷ୍ଟାର ଟିଭି ବ୍ୟୁରୋ
ବେଗୁନିଆ:ଗୋରୁ ବୋଝେଇ ଗାଡ଼ି ଜବତ।ଘଟଣା ରୁ ପ୍ରକାଶ ଯେ ବେଗୁନିଆ ଥାନା ଅଧିକାରୀ ୨୧ ତାରିଖ ରାତ୍ରୀ ୧୨ଟା ସମୟରେ କଡବ ଗ୍ରାମରୁ ଗୋଟିଏ ଗୋରୁ ବୋଝେଇ ଗାଡ଼ି ଆସୁଥିବାର ଜାଣି ଗାଡ଼ି କୁ ପିଛା କରି ଚଟୁଆ ଗ୍ରାମ ଛକରେ ଜବତ କରିଛନ୍ତି। ଏହି ଆଇଚର ଗାଡ଼ିରୁ ୨୦ଟି ଗାଇ ଉଧାର କରି ଡୁମୁଡୁମା ଅଞ୍ଚଳ ର ବାବୁଲା ଲେଙ୍କା କୁ ଗିରଫ କରାଯାଇଛି। ଆଜି ସୁଦ୍ଧା ଖୋର୍ଦ୍ଧା ରୁ ୬୫ ଟି ଗୋରୁ ଜବତ ହୋଇଥିବା ଜଣାପଡିଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଗୋରୁ ଚାଲାଣ କରୁଥିବା ବ୍ୟକ୍ତି ମାନେ ଦିନରେ ମଧ୍ୟ ଗୋରୁ ଚାଲାଣ କରିବାକୁ ପଛାଇବେ ନାହିଁ। ଏଣୁ ପ୍ରଶାସନ ୟା ଉପରେ ଦୃଷ୍ଟି ନିକ୍ଷେପ କରି ଗୋରୁ ଚାଲାଣ କାରୀ ଙ୍କୁ କଠୋର ଦଣ୍ଡ ଦେବାପାଇଁ ହିନ୍ଦୁ ସୁରକ୍ଷା ମଞ୍ଚ ଓ ଗୋ ସୁରକ୍ଷା ମଞ୍ଚ ତରଫରୁ ଦାବି କରାଯାଇଛି। ।
ରିପୋର୍ଟ:ସଞ୍ଜୟ କର,ଖୋର୍ଦ୍ଧା