ସନଷ୍ଟାର ଟିଭି ବ୍ୟୁରୋ
ଗଞ୍ଜାମ: କରୋନା ଟିକାକରଣ ଆହୁରୀ ବ୍ୟାପକ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂତନ ନୀତି ଆପଣାଯାଇଛି । ଏଣିକି ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ । ଟିକା ନ ନେଲେ ଖୋଲିପାରିବେନି ଦୋକାନ । ଟିକା ନେବା ପରେ ତାହାର ପ୍ରମାଣପତ୍ର ( ପ୍ରଥମ/ଫାଇନାଲ) ଦୋକାନ ସମ୍ମୁଖରେ ନ ଲଗାଇଲେ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯିବନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଜିଲ୍ଲାର ସମସ୍ତ ଦୋକାନ, ଭେଣ୍ଡର ଏବଂ ଅନ୍ୟାନ୍ୟ ସମସ୍ତ ବୄତ୍ତିଧାରୀମାନେ ଗ୍ରାହକ ସାମଗ୍ରୀ କିଣିବା ସମୟରେ ସେମାନଙ୍କୁ କୋଭିଡ ଭ୍ୟାକସିନେସନ ସାର୍ଟିଫିକେଟ ( ପ୍ରଥମ/ଫାଇନାଲ) ଦେଖାଇବାକୁ ଅନୁରୋଧ କରାଯାଇଛି । ଏହା ଦ୍ବାରା ଗ୍ରାହକଙ୍କ ଆତ୍ମବିଶ୍ବାସ ବୄଦ୍ଧି ସହ ସଂକ୍ରମଣ ରୋକିବାରେ ସହାୟକ ହେବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏଥିସହିତ ଏହି ନିର୍ଦ୍ଦେଶ ପାଳନ ହେଉଛି କି ନାହିଁ ତାହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ନିୟୋଜିତ କରାଯିବ ।
We request to all shopkeepers, vendors & other professionals to display COVID vaccination certificate (single/final dose) in front of shop.
It will create confidence among customers & helpful to stop infections.
It will be checked by enforcement team along with Panchsutra.— Collector & District Magistrate, Ganjam (@Ganjam_Admin) June 22, 2021