ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: 2 ବର୍ଷ ତଳେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ କବୀର ସିଂହ ବ୍ଲକବଷ୍ଟର ହିଟ୍ ହୋଇଥିଲା I ଆଜିର ଦିନରେ ଅର୍ଥାତ୍ ଜୁନ୍ 21, 2019ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା I ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ଶାହୀଦ୍ କପୁର ଓ କିଆରା ଆଡବାନୀଙ୍କ ଯୋଡିଙ୍କୁ ଦର୍ଶକେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ I ଏହି ଫିଲ୍ମ ଶାହୀଦ୍ କପୁରଙ୍କୁ ଅନେକ ସଫଳତା ମଧ୍ୟ ଭେଟି ଦେଇଥିଲା I
ତେବେ ଏହି ଫିଲ୍ମ ପାଇଁ ଶାହୀଦ୍ କପୁରଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡିଥିଲା Iୟଙ୍ଗ ଦେଖାଯିବାକୁ ତାଙ୍କୁ 14 କେଜି ଓଜନ ହ୍ରାସ କରିବାକୁ ପଡିଥିଲା I ଏହି ଫିଲ୍ମରେ ଶାହୀଦଙ୍କର ଅଭିନୟ ଏକ ପାଗଳ ପ୍ରେମିକ ପରି ଥିଲା I ଯିଏ ପ୍ରେମ ପାଇଁ ନିଜକୁ 24 ଘଣ୍ଟା ନିଶାରେ ରଖୁଥିଲେ I ମଦ, ସିଗାରେଟ୍ ଅନବରତ ପିଉଥିଲେ I ତେବେ ଏହି ଅଭିନୟ କରିବା ପାଇଁ ଶାହୀଦଙ୍କୁ ଗୋଟିଏ ଦିନରେ 20 ଟି ସିଗାରେଟ୍ ପିଇବାକୁ ପଡୁଥିଲା I ଯାହା ତାଙ୍କ ପାଇଁ ଖୁବ୍ କଷ୍ଟକର ଥିଲା I କାରଣ ସୂଚନା ଅନୁଯାୟୀ ଶାହୀଦ୍ କପୁର ରିୟଲ୍ ଲାଇଫରେ ସିଗାରେଟ୍ ଟାଣନ୍ତି ନାହିଁ I
ଏକ ସାକ୍ଷାତକାରରେ ଶାହୀଦ୍ କପୁର କହିଥିଲେ, ‘କବୀର ସିଂହ ଫିଲ୍ମ କରିବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡିଥିଲା I ଦିନକୁ 20 ଖଣ୍ଡ ସିଗାରେଟ୍ ଟାଣିବାକୁ ପଡୁଥିଲା I ତେବେ ରିୟଲ ଲାଇଫରେ ସିଗାରେଟକୁ ମୁଁ ଶକ୍ତ ଘୃଣା କରେ I ଫିଲ୍ମ ସୁଟିଂ ସରିବା ପରେ ଘରକୁ ଯିବା ପୂର୍ବରୁ ମୋତେ 2 ଘଣ୍ଟା ଗାଧୋଇବାକୁ ପଡୁଥିଲା I ଯାହା ଫଳରେ ମୋ ଦେହରୁ ସିଗାରେଟ୍ ଧୁଆଁର ଗନ୍ଧ ଯାଇପାରିବ I’