ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏଣିକି ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରାଇବା ପାଇଁ ଆରଟିଓ ଅଫିସକୁ ବାରମ୍ବାର ଯିବାକି ପଡିବନି । ଘରେ ରହି ମଧ୍ୟ ଆପଣ ରିନ୍ୟୁ କରିପାରିବେ ନିଜର ଡ୍ରାଇଭିଂ ଲାଇସେନ୍ସ । ତେବେ ଜାଣନ୍ତୁ କିପରି ଘରେ ଥାଇ ମଧ୍ୟ ଆପଣ ଅନଲାଇନ ମାଧ୍ୟମରେ ଏହାକୁ ରିନ୍ୟୁ କରିପାରିବେ ।
- ନିଜ ଡ୍ରାଇଭିଂ ଲାଇସେନ୍ସକୁ ରିନ୍ୟୁ କରିବା ପାଇଁ ପରିବହନ ବିଭାଗର ୱେବସାଇଟ https://parivahan.gov.in/parivahan/ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣ ଅନଲାଇନ୍ ଆବେଦନ (Online Application) ଉପରେ କ୍ଲିକ୍ କରନ୍ତୁ । ଏହା ଆପଣଙ୍କୁ ମେନ୍ୟୁ ବାରର ବାମ ପଟେ ନଜର ଆସିବ ।
- ଏହା ପରେ ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧିତ ସେବା ଉପରେ କ୍ଲିକ କରନ୍ତୁ ।
- ଆପଣ ଯେଉଁ ରାଜ୍ୟର ସେନେଇ ଚୟନ କରନ୍ତୁ ।
- ଏହା ପରେ ସର୍ଭିସେଜ ଅନ ଡ୍ରାଇଭିଂ ଲାଇସେନ୍ସ ଉପରେ କ୍ଲିକ କରନ୍ତୁ ।
- ଏଠାରେ ଦିଆଯାଇଥିବା ନିର୍ଦ୍ଦେଶକୁ ଭଲ ଭାବେ ପଢନ୍ତୁ । ପରେ ନେକ୍ସଟ ଅପ୍ସନ ଉପରେ କ୍ଲିକ କରନ୍ତୁ ।
- ଏବେ ଆବେଦନ ପତ୍ରରେ ନିଜ ବର୍ତ୍ତମାନ ଲାଇସେନ୍ସ ନମ୍ବର ଓ ପିନ୍ କୋଡ ସମେତ ଅନ୍ୟ ସୂଚନା ଭରନ୍ତୁ ।
- ଏହା ପରେ ରିନ୍ୟୁୟଲ ଉପରେ କ୍ଲିକ କରନ୍ତୁ ।
- ନିଜ ଫଟୋ ଓ ସିଗ୍ନେଚର ଅପଲୋଡ କରନ୍ତୁ ।
- ଆବଶ୍ୟକ ହେଲେ ମେଡିକାଲ ପରୀକ୍ଷଣର ସ୍ଲଟ ବୁକ କରନ୍ତୁ ନଚେତ୍ ସ୍କିପ୍ କରିଦିଅନ୍ତୁ ।
- ଶେଷରେ ଲାଇସେନ୍ସ ରିନ୍ୟୁ କରିବା ପାଇଁ ଆପଣଙ୍କୁ ୨୦୦ ଟଙ୍କା ଭରିବାକୁ ହେବ । ଆପଣ ନେଟ୍ ବ୍ୟାଙ୍କିଂ/ଡେବିଟ୍ କାର୍ଡ ବା କ୍ରେଡିଟ୍ କାର୍ଡ କୌଣସି ବି ମାଧ୍ୟମରେ ପୈଠ କରିପାରିବେ ।