ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ :କଟକ ଗତକାଲି ଅର୍ଦ୍ଧରାତ୍ରୀରେ କଟକ ଏସ୍ସିବିରେ କାର୍ଡିଓଥୋରାସିସ ବିଭାଗର ଆଇସିୟୁରେ ଅକ୍ସିଜେନ୍ ପାଇପ ଫାଟିଯାଇଛି । ଯେଉଁଥିପାଇଁ ଏକ ୧୬ ବର୍ଷୀୟା ବାଳିକାର ସର୍ଜରୀ ବନ୍ଦ ରହିଛି। ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି ।ଯେଉଁ ପ୍ରର୍ଯ୍ୟନ୍ତ ସ୍ଥିତି ସ୍ଵଭାବିକ ନହୋଇଛି ସେଯାଏଁ ଓପନ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି କହିଛନ୍ତି ଏସ୍ସିବି କର୍ତ୍ତୃପକ୍ଷ ।
ରାତି ପ୍ରାୟ ସାଢେ୧୨ଟା ସମୟରେ ପାଇପ ଫାଟିବା ସହ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ପ୍ରଚଣ୍ଡ ଶବ୍ଦ ପାଇଁ ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।