ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଜୁଲାଇ ୧ରୁ ରାଜଧାନୀରେ ସମସ୍ତ ସରକାରୀ କର୍ମଚାରୀ ଆସିବେ ଅଫିସ୍ । ଜୁଲାଇ ମଧ୍ୟରେ ସରକାରୀ କର୍ମଚାରୀମାନେ କରୋନା ଭ୍ୟାକସିନର ଦୁଇଟା ଯାକ ଡୋଜ ନେବା ବାଧ୍ୟତାମୂଳକ କରାଯାଇଛି । ଦୁଇଟା ଯାକ ଡୋଜ ନେବା ପରେ ହିଁ ସେମାନେ ଅଫିସ ଆସିପାରିବେ । ଯେଉଁମାନେ ଟିକା ନନେଇଥିବେ ସେମାନେ ଅଫିସ ଆସିପାରିବେନି । ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ । ଏନେଇ ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ଜୁଲାଇ ୧ରୁ ସବୁ ଅଫିସ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ତା ପୂର୍ବରୁ ଟିକା ବାଧ୍ୟତାମୂଳକ କରାଯାଇଛି ।