ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ଆଇପିଏସ୍ ଡଃ. ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କୋଲକାତା ସ୍ଥିତ ମେଡିକା ସୁପର୍ ସ୍ପେସାଲ୍ ହସ୍ପିଟାଲ୍ରେ ସେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଏକ୍ମୋ ସପୋର୍ଟରେ ମଧ୍ୟ ରଖାଯାଇଥିଲା ।ତେବେ ଗତକାଲି ରାତି ପ୍ରାୟ ୧୦ଟା ୧୫ରେ ଡ. ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଛି ।
ତେବେ ଡଃ. ଦେବାଶିଷ ପାଣିଗ୍ରାହୀ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ମଧ୍ୟ ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, ସ୍ୱର୍ଗତ ପାଣିଗ୍ରାହୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ କରିଥିଲେ । ରାଜ୍ୟ ଜଣେ ଦକ୍ଷ ଆଇପିଏସ ଅଧିକାରୀଙ୍କୁ ହରାଇଲା । ତାଙ୍କ ସ୍ଥାନ ଅପୂରଣୀୟ ସ୍ୱର୍ଗତଃ ପାଣିଗ୍ରାହୀଙ୍କ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଡିଜିପି ଶୋକ ପ୍ରକାଶ କରିଛନ୍ତି। ଡିଜିପି ଟ୍ଵିଟ୍ କରି କହିଛନ୍ତି ଯେ, ଆମେ ପ୍ରିୟ ଦେବାଶିଷ ପାଣିଗ୍ରାହୀଙ୍କୁ ହରାଇଛୁ। “ସେ ଜଣେ ଉଲ୍ଲେଖନୀୟ ପୋଲିସ ଅଧିକାରୀ। ଏହାସହ ଜଣେ ସଫଳ ଲେଖକ, ଜଣେ ଦୟାଳୁ ମଣିଷ ଓ ପ୍ରିୟ ବନ୍ଧୁ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ, ସମୟାନୁବର୍ତ୍ତିତା ଓ ନେତୃତ୍ଵ ପାଇଁ ସବୁବେଳେ ମନେ ରହିବେ ।
Deeply saddened to know about the passing away of senior IPS officer Shri Debasis Panigrahi. He was an experienced, able police administrator and also a prolific writer. My thoughts and prayers are with the bereaved family members and friends. #OmShanti
— Naveen Patnaik (@Naveen_Odisha) June 19, 2021