ସନଷ୍ଟାର ଟିଭି ବ୍ୟୁରୋ
ରାୟଗଡା:କରୋନା ମହାମାରୀ ରେ ସାରା ରାଜ୍ୟ ବିଚଳିତ ହେବା ସମୟରେ ଜୀବନ କୁ ଖାତିରି ନକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ SC &ST ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା କୁର୍ଲି ପଞ୍ଚାୟତ ର ଖମ୍ବେସି ଖଜୁରୀ ପାଖା ପାଖି ଅଞ୍ଚଳ ସମସ୍ତ ଆଦିବାସୀ ସମ୍ପ୍ରଦାୟର ଲୋକମାନ ଙ୍କୁ 1400 ଟଙ୍କା ପ୍ରଦାନ କରିଥିଲେ ସମସ୍ତ ଙ୍କୁ ଶୁଖିଲା ରାସନ ଓ କିଛି ନିତ୍ୟଆବଶ୍ୟକ ସାମଗ୍ରୀ ପ୍ରତ୍ୟେକ ପରିବାର କୁ ଦେଇଥିଲେ । ଗତକାଲି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଦିବାସୀ ଅଞ୍ଚଳ ର ପ୍ରତ୍ୟେକ ପରିବାର କୁ 5000 ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । ଏହି ଯୋଜନାରେ ଯେପରି କେହିବି ଗୋଟିଏ ପରିବାରର ବାଦ ନପଡ଼ନ୍ତି ସେଥିପାଇଁ ଧ୍ୟାନ ଦେବାପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଓ ସମସ୍ତଙ୍କୁ ଟୀକା ନେବା ପାଇଁ ଉତ୍ସାହ କରିଥିଲେ ।ଏହାପରେ ଚାଟିକଣା ପଞ୍ଚାୟତର ମଟକବାଡ଼ି ଗ୍ରାମକୁ ଗସ୍ତ କରିଥିଲେ ଲୋକଙ୍କ ଗୁହାରି ଶୁଣିଥିଲି । ଲୋକଙ୍କ ଗୁହାରି କରି ଏହା କହିଥିଲେ ଯେ ଲଟାଗୁଡା ବାରିଗୁଡା ଓ ସାତ ଆଠ ଖଣ୍ଡ ଗାଁର ଲୋକେ କହିଛନ୍ତି ବର୍ତ୍ତମାନ ବିଷମ କଟକ ଆମ ମୁଖ୍ୟ ବଜାର ଆମେ ବିଷମ କଟକ ଯିବା ପାଇଁ ମାତ୍ର 7 କିଲୋମିଟର ଅତିକ୍ରମ କରଛୁ କିନ୍ତୁ ବର୍ତ୍ତମାନ ଯେଉଁ ରେଲୱେ ନୂଆ ଲାଇନ ଆସୁଛି ଯାହା ଫଳରେ ସାତ ଆଠ ଖଣ୍ତ ଗ୍ରାମ ଲୋକଙ୍କ ପାଇଁ ରାସ୍ତା ବନ୍ଦ ହୋଇଯିବ ସେଥିପାଇଁ ବିଷମ କଟକ ଦେଇ ଏହି ରେଲୱେ ନୂଆ ଲାଇନ ଆସିଲେ ଲୋକମାନେ ବହୁତ ଉପକୃତ ହେବେ ନଚେତ ସାତ ଆଠ ଖଣ୍ଡ ଗ୍ରାମ ଲୋକ ପ୍ରାୟ 25 କିଲୋମିଟର ଯାଇ ବିଷମ କଟକ ଆସିବାକୁ ପଡିବ ।
ଲୋକଙ୍କ ଗୁହାରି ଶୁଣି ମନ୍ତ୍ରୀ ଜଗନ୍ନାଥ ସାରକା ଲୋକଙ୍କୁ କହିଛନ୍ତି ରାଜ୍ୟ ସରକାରଙ୍କ ପାଖରେ ଏହି ଦାବିକୁ ଉପସ୍ଥାପନ କରିବେ ଓ ରେଲୱେ ଡିଭିଜନର ର ଅଫିସର ଙ୍କୁ ଅଵଗତ ମଧ୍ୟ କରିବେ ।ଜନସାଧାରଣ ମାନେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଧନ୍ୟବାଦ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ପୃଥିରାଜ ସାହୁ,ଦେବୀ ପ୍ରସାଦ ପଟ୍ଟନାୟକ, ଡି ସିବା , ବଡ଼ ଗୌଡ଼ ଉପସ୍ଥିତ ଥିଲେ ।
ରିପୋର୍ଟ:ଅଶ୍ୱିନୀ ସେଠୀ,ରାୟଗଡା