ସନଷ୍ଟାର ଟିଭି ବ୍ୟୁରୋ
ରାୟଗଡା: କରୋନା ମହାମାରୀ ସମୟରେ ଆଦିବାସୀ ସମ୍ପ୍ରଦାୟର ସାଧାରଣ ଜନତାଙ୍କୁ ସାହାଯ୍ୟ କରିବା ପାଇଁ ଲୋକ ପ୍ରତିନିଧି ତଥା ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଆଜି ରାୟଗଡା ଜିଲ୍ଲାର କୁର୍ଲି ପଞ୍ଚାୟତର ଖମ୍ବେସି ଖଜୁରୀ ଅଞ୍ଚଳ ପରିଦର୍ଶନ କରିଛନ୍ତି ।ତାଙ୍କ ସହ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ପୃଥିରାଜ ସାହୁ, ଦେବୀ ପ୍ରସାଦ ପଟନାୟକ, ଡି ସିବା , ବଡ଼ ଗୌଡ଼ ଉପସ୍ଥିତ ରହିଥିଲେ ।ସେଠାରେ ସେମାନେ ଆଦିବାସୀ ସମ୍ପ୍ରଦାୟର ଗରୀବ ଶ୍ରେଣୀର ପ୍ରତ୍ୟେକ ପରିବାରକୁ ଶୁଖିଲା ରାସନ ଓ କିଛି ନିତ୍ୟ ଆବଶ୍ୟକ ସାମଗ୍ରୀ ସହ 1400 ଟଙ୍କା ପ୍ରଦାନ କରିଥିଲେ ଓ ସେମାନଙ୍କ ଭଲ ମନ୍ଦ କଥା ପଚାରି ବୁଝିଥିଲେ । ସମସ୍ତଙ୍କୁ କରୋନା ଟିକା ନେବା ପାଇଁ ସେ ଆହ୍ବାନ ଦେଇଥିଲେ ।
ବିଷମ କଟକରେ ହେଉଥିବା ନୂତନ ଟ୍ରେନ ଲାଇନ ହେବା ପାଇଁ ଚାଟିକଣା ପଞ୍ଚାୟତ ଲୋକମାନେ ମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଥିଲେ । ଏହି ଟ୍ରେନ ଲାଇନ ହେଲେ ବିଷମ କଟକକୁ ଯିବା ପାଇଁ ରାସ୍ତା ହେବ ଓ ଏହା ଦ୍ବାରା ଆଖପାଖର 7 ରୁ 8 ଟି ଗାଁର ଲୋକ ଉପକୃତ ହେବେ ବୋଲି ସେମାନେ କହିଥିଲେ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ତଥା ଏହି କଥାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଅବଗତ କରାଇବେ ପ୍ରତିଶୃତି ଦେଇଥିଲେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ।
ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଦିବାସୀ ଅଞ୍ଚଳର ପ୍ରତ୍ୟେକ ପରିବାରକୁ 5000 ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ଏହି ଯୋଜନାରେ ଯେପରି ଗୋଟିଏ ପରିବାରର ବି ବଳକା ନ ରହିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।