ସନଷ୍ଟାର ଟିଭି ବ୍ୟୁରୋ
ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଏନେସି ରେ ରହୁଥିବା ମନୋଜ କୁମାର ପରିମାଣିକ କ୍ୟାନ୍ସର ରୋଗରେ ପୀଡିତ l ସେ ଆଜି ସେ ନିରୁପାୟ ,ପାଖରେ ଅର୍ଥ ନାହିଁ । ସୁନା ଗହଣା ଠାରୁ ଆରମ୍ଭ କରି ଜାଗା, ବିକ୍ରି କରି ମେଡିକାଲ ରେ ଖର୍ଚ୍ଚ କରିଛନ୍ତି, ଶେଷରେ ଯେଉଁ ଘରେ ରହୁଛନ୍ତି ତାହାର ଭଡା ବାବଦକୁ ଟଙ୍କା ଦେଇପାରୁନାହାନ୍ତି, ଘର ମାଲିକ ଛ ମାସର ଟଙ୍କା ଛାଡ଼ କରିଛନ୍ତି l ମେଡିକାଲ ଦେଖାଇବା ପାଇଁ ଅର୍ଥ ସାଜିଛି ବାଧକ, ତାଙ୍କ ବାପା ଜଣେ ପାରାଲେସିସ୍ ରୋଗରେ ପୀଡିତ ହେତୁ ଚାଲିପାରୁନାହାନ୍ତି, ଅଭାବ ରହି ବଡ ଅସୁବିଧାରେ ଚାଲିଛି ପରିବାର ।ଆଜି ଏହି ଅସୁବିଧା କୁ ଦେଖି କାଳଭୈରବୀ ହେଲ୍ପ ଫାଉଣ୍ଡେସନ ସାହାଯ୍ୟର ହାତ ବଢାଇବା ସହିତ କିଛି ଟଙ୍କା, ଖାଇବା ସାମଗ୍ରୀ ଓ ମେଡ଼ିସିନ ଦେଇଛନ୍ତି l କାଳଭୈରବୀ ଗ୍ରୁପ ତରଫରୁ ପ୍ରତ୍ୟେକ ମାସରେ ମେଡ଼ିସିନ ଯୋଗାଇ ଦେବାକୁ ପ୍ରତିଶୁତି ଦେଇଛନ୍ତି lଆଜି ଦେବଦୁତ ସାଜି କାଳଭୈରବୀ ହେଲ୍ପ ଫାଉଣ୍ଡେସନ ସାହାଯ୍ୟ ର ହାତ ବଢ଼ାଇ ଥିବାରୁ ଅଂଚଳବାସୀ ବହୁତ ପ୍ରଶଂସା କରିଛନ୍ତି l