ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୬୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ତେବେ ରାଜ୍ୟର ୧୨ ଜିଲ୍ଲାରେ ୧୦୦ ଉପରେ ରହିଛି ସଂକ୍ରମଣ ସଂଖ୍ୟା । ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୦୪ ଜଣ, ବାଲେଶ୍ୱରରୁ ୨୬୨ ଜଣ, ବରଗଡ଼ରୁ ୫୦ ଜଣ, ଭଦ୍ରକରୁ ୧୭୮ଜଣ, ବଲାଙ୍ଗୀରରୁ ୩୬ ଜଣ, ବୌଦ୍ଧରୁ ୮୪ ଜଣ, କଟକରୁ ୪୩୮ ଜଣ, ଦେବଗଡ଼ରୁ ୨୮ ଜଣ, ଢେଙ୍କାନାଳରୁ ୧୧୪ ଜଣ, ଗଜପତିରୁ ୧୮ ଜଣ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୯୨ ଜଣ, ଯାଜପୁରରୁ ୩୦୫ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, କଳାହାଣ୍ଡିରୁ ୪୧ ଜଣ, କନ୍ଧମାଳରୁ ୪୮ ଜଣ, କେନ୍ଦ୍ରାପଡ଼ାରୁ ୧୨୦ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୮୦ ଜଣ, ମାଲକାନଗିରିରୁ ୫୬ ଜଣ, ମୟୁରଭଞ୍ଜରୁ ୧୧୨ ଜଣ, ନବରଙ୍ଗପୁରରୁ ୧୦୮ ଜଣ, ନୟାଗଡ଼ରୁ ୧୦୬ ଜଣ, ନୂଆପଡ଼ାରୁ ୧୯ ଜଣ, ପୁରୀରୁ ୧୯୯ ଜଣ, ରାୟଗଡ଼ାରୁ ୭୯ ଜଣ, ସମ୍ୱଲପୁରରୁ ୩୭ ଜଣ, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୮୩ ଓ ଷ୍ଟେଟ ପୁଲରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।