ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସୁନା ହେଉ ବା ଯେକୌଣସି ଧାତବ ପଦାର୍ଥ, ଏହାର ଶୁଦ୍ଧତାର ପରିଚୟ ଦିଏ ହଲମାର୍କ ।ତେବେ ପୂର୍ବରୁ ସୁନା ଅଳଙ୍କାରରେ ଏହି ହଲମାର୍କ ସଙ୍କେତ ବାଧ୍ୟତାମୂଳକ ନଥିଲା । ଯାହା ଦ୍ୱାରା ଅନେକ ଗ୍ରାହାକ ଠକାମୀର ଶିକାର ହେଉଥିଲେ । ତେବେ ଏହି ନିୟମରେ ପରିବର୍ତ୍ତନ କରିଛନ୍ତି ଭାରତ ସରକାର । ଆଜିଠାରୁ ସୁନାଗହଣାରେ ହଲ୍ମାର୍କ ବାଧ୍ୟତାମୂଳକ କରାଯାଇଛି । ସୁନାଗହଣାରେ ହଲ୍ମାର୍କ ଲଗାଇବା ପାଇଁ ଗତକାଲି କେନ୍ଦ୍ର ଖାଦ୍ୟ ଉପଭୋକ୍ତାମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ବୁଧବାର ଦେଶର 256 ଜିଲ୍ଲାରେ ଏହି ନିୟମ ଲାଗୁ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି ।
ଏନେଇ ସେ କହିଛନ୍ତି ” ଗ୍ରାହକଙ୍କୁ ସୁରକ୍ଷା ଓ ସନ୍ତୁଷ୍ଟ କରିବା ଦିଗରେ କେନ୍ଦ୍ର ସରକାର ସବୁବେଳେ କାର୍ଯ୍ୟ କରିଆସୁଛନ୍ତି । ତେଣୁ 16 ଜୁନ୍ ଠାରୁ ପ୍ରଥମ ପର୍ଯ୍ୟାରେ 256 ଜିଲ୍ଲାରେ ଗହଣାରେ ହଲ୍ମାର୍କ ବାଧ୍ୟତାମୁଳକ କରାଯାଇଛି । ତେବେ ଯଦି କୌଣସି ବ୍ୟବସାୟୀ ହଲ୍ମାର୍କ ଚିହ୍ନ ନଥିବା ସୁନା ଗହଣା ବିକ୍ରି କରନ୍ତୁ ତେବେ ଅଗଷ୍ଟ ମାସ ପର୍ଯ୍ୟନ୍ତ କୌଣସି ଲାଗୁ ଫାଇନ୍ ଲାଗୁହେବନାହିଁ । ଏହା ଭାରତକୁ ବଡ଼ ସୁନା ମାର୍କେଟ୍ କରି ଗଢ଼ି ତୋଳିବାରେ ସାହାଯ୍ୟ କରିବ ।”
ତେବେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ, ଯଦି 14, 18 ଓ 22 କ୍ୟାରେଟ୍ ସୁନା ଗହଣାରେ BIS ହଲମାର୍କ ଚିହ୍ନ ବାଧ୍ୟତାମୂଳକ ଅଟେ । ଯଦି କେହି ଏହାକୁ ଅବମାନନା କରେ ତେବେ ଗହଣା ରେଟର 5 ଗୁଣା ଫାଇନ ଦେବାକୁ ପଡିବ ନଚେତ୍ 1 ବର୍ଷ ଜେଲ ଯିବାକୁ ପଡିବ ।