ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍ଘାଟନ କରିଛନ୍ତି । କରୋନା ସଂକ୍ରମଣ ଭଳି ସଙ୍କଟ ସମୟରେ ଶିଳ୍ପୀଙ୍କ ହାତରେ ମନମୁଗ୍ଧକର ଚିତ୍ର ଦେଖିବାକୁ ମିଳିଛି ପୁରୀ ରଘୁରାଜପୁରରେ। କରୋନା ପାଇଁ ଚିତ୍ରଶିଳ୍ପୀଙ୍କ ପାଖକୁ ଗ୍ରାହକଙ୍କ ନ ଆସିବାରୁ ସେମାନଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇ ଯାଇଥିଲା । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଶିଳ୍ପୀଙ୍କ ରଙ୍ଗତୂଳୀରେ ଭରିଛି ନୂଆ ପ୍ରାଣ । ଓଡ଼ିଶା ଲଳିତ କଳା ଏକାଡେମୀ ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶିବିର କରାଯାଇଛି । ଏଥିରେ ୧୫୦ରୁ ଅଧିକ କଳାକାର ସାମିଲ ହୋଇଛନ୍ତି । ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।