ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଲକଡାଉନ, ସଟଡାଉନର ସୁପ୍ରଭାବ ଦେଖିବାକୁ ମିଳିଛି । ନିୟନ୍ତ୍ରଣାଧିନ ରହିଛି କରୋନା ସଂକ୍ରମଣ । ଅଧାରୁ ଅଧିକ ଜିଲ୍ଲାରେ ତିନି ଅଙ୍କ ତଳେ ରହିଛି କରୋନା ସଂକ୍ରମଣ ସଂଖ୍ୟା । ଗଞ୍ଜାମ, ଗଜପତି, ସମ୍ବଲପୁର, ସୋନପୁର, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର,କନ୍ଧମାଳ ଆଦି ଅନେକ ଜିଲ୍ଲାରେ ସଂକ୍ରମଣ ହାର ବେଶ୍ କମ ରହିଛି । ଏହି ସବୁ ଜିଲ୍ଲାଗୁଡିକରେ 5 ପ୍ରତିଶତ ତଳେ ପଜିଟିଭିଟି ହାର ରହିଛି । ତେବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଲକଡାଉନ, ସଟଡାଉନ ବଳବତ୍ତର ରହିବ ନା ଅନଲକ୍ ପ୍ରକ୍ରୀୟା ଆରମ୍ଭ ହେବ ଏନେଇ ଆଜି ଘୋଛଣା ହୋଇପାରେ ।
ଆସନ୍ତା କାଲି ଲକଡାଉନ ଅବଧି ଶେଷ ହେବାକୁ ଥିବା ବେଳେ ନୂତନ ଗାଇଡଲାଇନକୁ ଆଜି ସନ୍ଧ୍ୟାବେଳେ ରାଜ୍ୟସରକାର କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।