ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣାଧିନ ସ୍ଥିତିରେ ରହିଛି କରୋନାର ଦୈନିକ ସଂକ୍ରମଣ । ମେ ମାସରେ 12ହଜାର ପାର କରିଥିବା ସଂକ୍ରମଣ ହାର ଏବେ 3 ହଜାରରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3 ହଜାର 535 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 2ହଜାର 16ଜଣ ଚିହ୍ନଟ ହୋଇଥିବାବେଳେ 1ହଜାର 519ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି ।
9 ଜିଲ୍ଲାରେ ସଂକ୍ରମଣ ସଂଖ୍ୟା 3 ଅଙ୍କ ଛୁଇଁଥିବା ବେଳେ 21 ଟି ଜିଲ୍ଲାରେ 100 ତଳେ ରହିଛି ସଂକ୍ରମଣ ସଂଖ୍ୟା । ତେବେ ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ 533 କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ତେବେ ଅନୁଗୋଳରୁ 207, ବାଲେଶ୍ବରରୁ 296,ବଲାଙ୍ଗୀରରୁ 18, ବରଗଡରୁ 86,ଭଦ୍ରକରୁ 184, ବୌଦ୍ଧରୁ 52, ଦେଓଗଡରୁ 25, କଟକରୁ 320, ଢେଙ୍କାନାଳରୁ 56, ଗଜପତିରୁ 27, ଗଞ୍ଜାମରୁ 26, ଜଗତସିଂହପୁରରୁ 90, ଯାଜପୁରରୁ 384, ଝାରସୁଗୁଡାରୁ 12ଜଣ, କଳାହାଣ୍ଡିରୁ 35,କନ୍ଧମାଳରୁ 56, କେନ୍ଦ୍ରପଡାରୁ 104, କେନ୍ଦୁଝରରୁ 92,କୋରାପୁଟରୁ 56, ମାଲକାନଗିରିରୁ 68, ମୟୂରଭଞ୍ଜରୁ 135, ନବରଙ୍ଗପୁରରୁ 85, ନୟାଗଡରୁ 95, ନୂଆପଡାରୁ 15,ପୁରୀରୁ 187, ରାୟଗଡାରୁ 73,ସମ୍ବଲପୁରରୁ 39,ସୋନପୁରରୁ 39,ସୁନ୍ଦରଗଡରୁ 76 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 82 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଲକଡାଉନ, ସଟଡାଉନ ବଳବତ୍ତର ରହିବ ନା ଅନଲକ୍ ପ୍ରକ୍ରୀୟା ଆରମ୍ଭ ହେବ ଏନେଇ ଗତ କାଲି ଘୋଷଣା ହୋଇପାରେ ।