ସନ୍ଷ୍ଟାର ଟିଭି ବ୍ୟୁରୋ
ଡାଲମା ଏକ ପାରମ୍ପାରିକ ଓଡ଼ିଆ ରାନ୍ଧଣା । ଏହା ପ୍ରତ୍ୟେକ ଘରେ ନିତିଦିନିଆ ଭାବେ ବନାଯାଏ । ଏବେ କାର୍ତ୍ତିକ ମାସର ପଞ୍ଚୁକ ଚାଲିଥିବାରୁ ବହୁ ହବିଷିଆଳୀମାନେ ଏହି ଡାଲମାକୁ ବନାଇ ଖାଇଥାନ୍ତି । ଯଦି ଆପଣମାନେ ବି ହବିଷ ଡାଲମା ଘରେ ତିଆରି କରିବାକୁ ଚାହୁଁଛନ୍ତି, ତାହାଲେ ଆମେ ଆଜି ଆପଣଙ୍କ ପାଇଁ ନେଇଆସିଛୁ ମନ୍ଦିର ଭଳି ସ୍ଵାଦିଷ୍ଟ ହବିଷ ଡାଲମା ।
ସାମଗ୍ରୀ
ମୁଗ- ୨କପ୍
ଅଦା- ଖଣ୍ଡେ
ଓଉ-୧ଫାଳ
ନଡିଆ- ଫାଳେ
ଗାଜର-୧ଟା
ସାରୁ-୫ଟା
କଞ୍ଚା କଦଳୀ-୨ଟା
ଦେଶୀ ଆଳୁ-ଛୋଟ ଖଣ୍ଡେ
ପଞ୍ଚ ଫୁଟଣ-୧ଚାମଚ
ଗୁଆଘିଅ-୨ଚାମଚ
ତେଜପତ୍ର-୨ଟା
ଶୁଖିଲା ଲଙ୍କା-୨ଟା
ବୋଇତାଳୁ କଖାରୁ-ଛୋଟ ଖଣ୍ଡେ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସମସ୍ତ ପରିବାକୁ ଚୋପା ଛଡାଇ କାଟି ଧୋଇ ଦିଅନ୍ତୁ । ନଡିଆକୁ କୋରି ରଖି ଦିଅନ୍ତୁ । ଗୋଟେ ଡେକ୍ଚିରେ ଅଧା ପାଣି ନେଇ ଗ୍ୟାସ ଅନ୍ କରି ବସାଇ ସେଥିରେ ମୁଗ ଡାଲିକୁ ଧୋଇ ପକାଇ ଦିଅନ୍ତୁ । ତା’ପରେ ସମସ୍ତ ପରିବା ପକାଇବା ସହ ଲୁଣ ଏବଂ ହଳଦୀ ପକାନ୍ତୁ । ଡାଲମା ଟିକେ ଫୁଟି ଆସିଲେ ସେଥିରେ ନଡିଆକୁ ପକାଇ ଦିଅନ୍ତୁ । ଡାଲମା ସିଝି ଗଲେ ତାକୁ ଗ୍ୟାସରୁ କାଢି ଦିଅନ୍ତୁ । ଏବେ ଏକ କଡେଇ ଗରମ କରି ସେଥିରେ ୨ ଚାମଚ ଗୁଆଘିଅ ପକାନ୍ତୁ । ଘିଅ ଗରମ ହୋଇଗଲେ ସେଥିରେ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା,ତେଜପତ୍ର ଓ ଛେଚା ଅଦା ପକାଇ ଭଲକି ଭାଜନ୍ତୁ । ତା’ପରେ ସେଥିରେ ଶିଝା ହୋଇଥିବା ଡାଲମାକୁ ପକାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ହବିଷ ଡାଲମା । ଏହାର ମଜା ଆପଣ ଅରୁଆ ଭାତ କିମ୍ବା ପୁରି ସହିତ ନେଇ ପାରିବେ ।