ସନଷ୍ଟାର ଟିଭି ବ୍ୟୁରୋ
ବଲାଙ୍ଗୀର: ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ବନ୍ଧକ ଓ ଧରା ପଡିଲା ବଲାଙ୍ଗୀର ସହର ଶାନ୍ତିପଡାରେ ଆତଙ୍କ ଖେଳାଇଥିବା ବନ୍ଧୁକଧାରି ଯୁବକ ବିକ୍ରମ ପଣ୍ଡା । ଝରକା ଭାଙ୍ଗି ଘର ଭିତରେ ପଶି ବିକ୍ରମକୁ କାବୁ କଲା ବଲାଙ୍ଗୀର ପୋଲିସ । ତେବେ ଉଦ୍ଧାର ସମୟରେ ବିକ୍ରମ ପୋଲିସ ଉପରକୁ ୨ ରାଉଣ୍ଡ ଫାଇରିଂ କରିଛି ।
ସୁଚନା ଅନୁଯାୟୀ, ମଙ୍ଗଳବାର ଦିନ ଜଣେ ଯୁବକ ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ହୋତାଙ୍କ ଘରେ ଭିତରେ ପଶିଯାଇଥିଲେ , ଏବଂ ବନ୍ଧୁକ ମୁନରେ ପୁରା ପରିବାରକୁ ଗୃହବନ୍ଦ କରିଦେଇଥିଲେ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ୍ଧକ ଥିବା ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ କରିଥିଲା ପୋଲିସ । ଘରର ପଛପଟ ଝରକା ପଟେ ପ୍ରବେଶ କରି ପରିବାରର ବନ୍ଧକ ଥିବା ୪ଜଣ ସଦସ୍ୟଙ୍କୁ ଉଦ୍ଧାର କରିଥିଲା । କିନ୍ତୁ ଯୁବକଙ୍କୁ କାବୁ କରିପାରିନଥିଲା ପୋଲିସ ।
ଦୀର୍ଘ ୫ଘଣ୍ଟାର ପରିଶ୍ରମ ପରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାରକୁ ବନ୍ଧକ ରଖିଥିବା ଯୁବକଙ୍କୁ କାବୁ କରିଥିଲେ ପୋଲିସ । ଅପରେସନ ସମୟରେ ପୋଲିସ ଉପରକୁ ଫାୟାରି କରିଥିଲେ ଯୁବକ । କିଛି ସମୟ ଧରି ଏପରି ଚାଲୁରହିବା ପରେ ଯୁବକ ବିକ୍ରମ ପଣ୍ଡାକୁ କାବୁ କରିନେଇଥିଲା ପୋଲିସ ।